Categories: ଜାତୀୟ

ଇଡିରେ ହାଜର ହେବେ ନାହିଁ ସୋରେନ, କହିଲେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରାଯାଇଛି ଷଡଯନ୍ତ୍ର

ରାଞ୍ଚି,୩ ।୧୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଥିଲା । ହେଲେ ସେ ହାଜର ହେବେ ନାହିଁ
ବୋଲି ଜଣାପଡିଛି । ବୁଧବାର ନଭେମ୍ବର ୨ରେ କଥିତ ଭାବେ ଅବୈଧ ଖଣି ଖନନ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ସମନ ଜାରି କରାଯାଇଥିଲା । ସେ ଗୁରୁବାର ଇଡିରେ ହାଜର ହୋଇଥାଆନ୍ତେ । ହେଲେ ସୋରେନ କହିଛନ୍ତି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବାରୁ ସେ ଇଡିରେ ହାଜର ହେବେ ନାହିଁ ।
ସୂଚନାଯୋଗ୍ୟ, ସୋରେନ ଗୁରୁବାର ରାୟପୁରରେ ଆଦିବାସୀ ନୃତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବାକୁ ସେଠାରେ ପହଞ୍ଚିବେ । ଏପଟେ ଇଡିର ସମନ ପରେ ମୁଖ୍ୟମନ୍ତ୍ରୀଙ୍କ ଘରେ ଶାସକ ଦଳର ବିଧାୟକଙ୍କର ଏକ ବୈଠକ ବସିବା ସହ ଏହି ସମନ ଭାରତୀୟ ଜନତା ପାର୍ଟି (ଭାଜପା)ର ଷଡଯନ୍ତ୍ର ବୋଲି କୁହାଯାଇଥିଲା । ଏହା ସହ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଗଲା ଯେ ସରକାରଙ୍କୁ ଅସ୍ଥିର କରିବାକୁ ଏକାଠି ହୋଇଥିବା ରାଜ୍ୟପାଳଙ୍କ ସମେତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଦୁରୁପଯୋଗ ବିରୋଧରେ ସମସ୍ତେ ମିଶି ଆନ୍ଦୋଳନ କରିବେ ।

Share