Categories: ଜାତୀୟ

ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା

ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ ବୋଲି ଜଣାପଡ଼ିଛି। ନାବାଳିକାଙ୍କୁ ହତ୍ୟା ପୂର୍ବରୁ ତାଙ୍କ ଡାହାଣ ଆଖି ତାଡ଼ି ଦିଆଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

ଘଟଣା ସ୍ଥଳରୁ ମିଳିଥିବା ମୋଇବାଲ ଫୋନର ସିଡିଆରକୁ ବିଶ୍ଲେଷଣ କରାଯିବା ପରେ ପ୍ରଦୀପ କୁମାର ସିଂ ଧାନୁକ (୨୩) ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ନାବାଳିକା ଗତ ୭ ତାରିଖ ସକାଳ ୧୦ରେ ନିଖୋଜ ହୋଇଯାଇଥିଲେ। ଏ ନେଇ ମଙ୍ଗଳବାର ପାଙ୍କି ଥାନାରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଦାୟର କରାଯାଇଥିଲା। ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତାଙ୍କୁ ହତ୍ୟା କରାଯିବା ପୂର୍ବରୁ ନିସ୍ତୁକ ମାଡ଼ ମରାଯିବା ସହ ଆଖି ତାଡ଼ି ଦିଆଯାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଳାତ୍କାର ହୋଇଛି କି ନାହିଁ, ତାହା ଜଣାପଡ଼ିବ ବୋଲି ଥାନା ଅଧିକାରୀ ଅଶୋକ କୁମାର କହିଛନ୍ତି।

Share