Posted inଜାତୀୟ

ଲିଭ୍‌ଇନ୍‌ ରିଲେଶନସିପ୍‌ରେ ରହୁଥିବା ୫୦୧ ଯୋଡିଙ୍କ କନ୍ୟାଦାନ କଲେ କେନ୍ଦ୍ର ମନ୍ତ୍ରୀ

ରାଞ୍ଚି,୧୬।୫: ଝାଡଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ବର୍ଷ ବର୍ଷ ଧରି ଲିଭ୍‌ଇନ୍‌ ରିଲେଶନସିପ୍‌ରେ ରହିଆସୁଥିବା ୫୦୧ ଯୋଡିଙ୍କ ବିବାହ କରାଯାଇଛି। ଏହି ଆୟୋଜନ ରାଜ୍ୟର ଖୁଣ୍ଟି ଜିଲାର କରା ବ୍ଲକ ଅନ୍ତର୍ଗତ ଚୌଲା ପତରା ଗ୍ରାମରେ ହୋଇଛି। ବିଶେଷ କଥା ହେଉଛି ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ମୀରା ମୁଣ୍ଡା ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ। ତେବେ ବିବାହ କରିଥିବା ଦମ୍ପତିମାନେ ୨୦ ରୁ ୭୦ ବର୍ଷ ବୟସର ପୁରୁଷ ଏବଂ ମହିଳା ଥିବା ଜଣାଯାଇଛି।

ଏଥି ସହିତ, ବିବାହ କରିଥିବା ଅନେକ ଦମ୍ପତି ମା’ବାପା ମଧ୍ୟ ହୋଇସାରିଛନ୍ତି। ତାଙ୍କ ପିଲାମାନେ ମଧ୍ୟ ତାଙ୍କ ବିବାହର ସାକ୍ଷୀ ରହିଥିଲେ। ଆଦିବାସୀ ଅଞ୍ଚଳରେ ଲିଭ୍‌ଇନ୍‌ ରିଲେଶନସିପ୍‌କୁ ଢୁକୁ ନାମରେ ଜଣାଯାଏ। ଏହିପରି ଦମ୍ପତିମାନେ ଗୋଟିଏ ଛାତ ତଳେ ବର୍ଷ ବର୍ଷ ବିତାଇବା ପରେ ମଧ୍ୟ ନିଜ ସମ୍ପର୍କକୁ ବିବାହ ର ନାଁ ଦେଇପାରନ୍ତି ନାହିଁ। ଢୁକୁ ପରମ୍ପରା ପଛରେ ଅର୍ଥନୀତି ସବୁଠାରୁ ବଡ କାରଣ । ବାସ୍ତବରେ, ଆଦିବାସୀ ସମାଜରେ ଏହା ଏକ ବାଧ୍ୟତାମୂଳକ ପରମ୍ପରା ରହିଛି କି, ବିବାହ ଅବସରରେ ସମଗ୍ର ଗାଁ ପାଇଁ ଏକ ଭୋଜି ଆୟୋଜନ କରାଯାଏ। ତେବେ ଅନେକ ଲୋକ ଆର୍ଥିକ ଅଭାବରୁ ଏପରି ବ୍ୟବସ୍ଥା କରିବାକୁ ଅସମର୍ଥ ଏବଂ ଏହି କାରଣରୁ ସେମାନେ ବିବାହ ନ କରି ଏକାଠି ରହିବାକୁ ଆରମ୍ଭ କରନ୍ତି। ଏହିପରି ଦମ୍ପତିମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସନ୍ତାନ ଅଛନ୍ତି, ହେଲେ ସମାଜର ପ୍ରଥା ଅନୁଯାୟୀ, ବିବାହ ନ ହେବା ହେତୁ ଏହି ପିଲାମାନେ ଜମି-ସମ୍ପତ୍ତି ଉପରେ ଅଧିକାର ପାଇବାରୁ ବଞ୍ଚିତ ହୁଅନ୍ତି। ଏପରି ପିଲାମାନେ ମଧ୍ୟ ବାପାଙ୍କ ନାମ ମଧ୍ୟ ମିଳେନାହିଁ। ଢୁକୁର ଶଦ୍ଦ ହେଉଛି ପ୍ରବେଶ କରିବା। ଯେତେବେଳେ ଜଣେ ମହିଳା ବିବାହ ପୂର୍ବରୁ କୌଣସି ପୁରୁଷଙ୍କ ଘରେ ପ୍ରବେଶ କରନ୍ତି, ଅର୍ଥାତ୍‌ ରହିବା ଆରମ୍ଭ କରନ୍ତି ତେବେ ସେମାନଙ୍କୁ ଢୁକୁ ବୋଲି କୁହାଯାଏ।

ଏପରିକି ଆଦିବାସୀ ସମାଜ ମହିଳାମାନଙ୍କୁ ସିନ୍ଦୁର ଲଗାଇବାକୁ ଅନୁମତି ଦିଅନ୍ତି ନାହିଁ। ବର୍ତ୍ତମାନ ବର୍ଷ ବର୍ଷ ଧରି ଏକାଠି ରହୁଥିବା ଦମ୍ପତିଙ୍କୁ ସାମାଜିକ ଏବଂ ଆଇନଗତ ସ୍ବୀକୃତି ଦେବା ଅଭିଯାନ ତୀବ୍ର ହୋଇଛି। ଖୁଣ୍ଟିରେ ଆୟୋଜିତ ଜନ ବିବାହ ସମାରୋହର ମୁଖ୍ୟ ଅତିଥି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ଯେଉଁମାନେ ବିବାହ କରିବେ ସେମାନେ ବର୍ତ୍ତମାନ ସାମାଜିକ ତଥା ଆଇନଗତ ମାନ୍ୟତା ପାଇବେ। ଏହା ସହିତ, ଏହି ଦମ୍ପତିମାନେ ସମ୍ପତ୍ତି ସହିତ ଅନ୍ୟାନ୍ୟ ପାରିବାରିକ ପ୍ରସଙ୍ଗରେ ଆଇନଗତ ଅଧିକାର ପାଇବେ। ବିବାହ କରୁଥିବା ସମସ୍ତ ଦମ୍ପତିଙ୍କ ପାଇଁ ବିବାହ ପଞ୍ଜୀକରଣ ମଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri