ଜାହ୍ନବୀଙ୍କ ଗଣିତ ଜ୍ଞାନ

ମୁମ୍ବାଇ: ବେଳେ ବେଳେ ଇଚ୍ଛା ହୁଏ ଜାଣିବାକୁ ବଲିଉଡ ସେଲିବ୍ରିଟିମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବାକୁ । କୋଟି କୋଟି ଟଙ୍କା ଆୟ କରୁଥିବା ଏହି ସେଲିବ୍ରିଟିମାନେ କେତେ ପାଠ ପଢିଛନ୍ତି । କେହି କେହି ଖୁବ୍ କମ୍ ପାଠ ପଢିଥିଲେ ବି ବଲିଉଡ କ୍ୟାରିୟରରେ ଏମାନେ ସଫଳ ହୋଇ କୋଟିପତି ହୋଇପାରିଥିବା ଦେଖାଯାଇଛି ।
କିଛିଦିନ ତଳେ ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କୁ ‘କଫି ୱିଥ କରନ’ ଶୋ’ରେ ପଚରା ଯାଇଥିଲା ଭାରତର ରାଷ୍ଟ୍ରପତି କିଏ, ଆଲିଆ ଉତ୍ତର ଦେଇଥିଲେ ପୃଥ୍ୱିରାଜ ଚୌହାନ । ଏହାପରେ ଏହି ଉତ୍ତର ଏକ ବଡ ବିବାଦ ଠିଆ କରାଇଥିଲା । ସେମିତି ଅନନ୍ୟା ପାଣ୍ଡେ ବି ନିଜ ଷ୍ଟ୍ରଗଲ କଥା କହିବା ବେଳେ ଏମିତି କିଛି କହିଥିଲେ ଯାହା ଫଳରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା । ଆଉ ଏବେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ଆଉ ଏକ ନାମ । ଷ୍ଟାର କିଡ ଜାହ୍ନବୀ କପୁର ।
ଜାହ୍ନବୀ କପୁର ଏବେ ତାଙ୍କ ଅପକମିଂ ଫିଲ୍ମ ‘ଗୁଡ ଲକ ଜେରୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ଗଣିତକୁ ନେଇ ଏମିତି ଏକ କଥା କହିଛନ୍ତି ଫଳରେ ଟ୍ରୋଲର୍ସଙ୍କ ଟାର୍ଗେଟ ହୋଇଯାଇଛନ୍ତି । ଇନଷ୍ଟାଗ୍ରାମ ପେଜ ଫିଲ୍ମି ଜାହ୍ନବୀଙ୍କ ଏହି ଭିଡିଓକୁ ଶେୟାର କରି ଦେଇଛି । ଅଭିନେତ୍ରୀ କହିଛନ୍ତି, ‘ମାଥସ୍ ଜଷ୍ଟ ମେକ ୟୁ ରିଟାର୍ଡେଡ’ । ତେବେ ସ୍କୁଲରେ ତାଙ୍କର ପସନ୍ଦର ବିଷୟ କ’ଣ ଥିଲା ବୋଲି ପ୍ରଶ୍ନରେ ସେ ଏମିତି ଉତ୍ତର ଦେଇଛନ୍ତି । ସେ କହିଛନ୍ତି ମୁଁ କେବଳ ଇତିହାସ ଓ ସାହିତ୍ୟକୁ ଗୁରୁତ୍ୱ ଦେଇଥାଏ । ଆଉ ଏଥିରେ ବି ମୁଁ ଭଲ ପ୍ରଦର୍ଶନ କରିଛି । ତେବେ ତାଙ୍କୁ କେଉଁ ବିଷୟ ସବୁଠାରୁ ଅଧିକ ଖରାପ ଲାଗେ ବୋଲି ପ୍ରଶ୍ନ କରାଯିବାରୁ ସେ ଉତ୍ତର କହିଛନ୍ତି, ମୋତେ ବୁଝା ପଡେନି ମୁଁ ଆଜି ପର୍ଯ୍ୟନ୍ତ ଆଲଜେବରାରର ବ୍ୟବହାର କରି ନ ଥିବା ବେଳେ ସେଥିପାଇଁ କାହିଁକି ଏତେ ମୁଣ୍ଡ ଖରାପ କରୁଥିଲି । ହେଲେ ଇତିହାସ ଓ ସାହିତ୍ୟ ଆପଣଙ୍କୁ ସଂସ୍କୃତ ବ୍ୟକ୍ତି କରି ଗଢି ତୋଳିଥାଏ । ଗଣିତ ଆପଣଙ୍କୁ ମନ୍ଦବୁଦ୍ଧି କରି ଦେଇଥାଏ ।
ଏହି ଭିଡିଓକୁ ଦେଖିବା ପରେ ଏହାର କମେଣ୍ଟରେ ୟୁଜର୍ସ ବିଭିନ୍ନ କଥା ଲେଖିଛନ୍ତି । ହେଲେ ଟାର୍ଗେଟ ହେଉଛନ୍ତି ଅଭିନେତ୍ରୀ ଜାହ୍ନବୀ । ଜଣେ ୟୁଜର୍ସ ଲେଖିଛନ୍ତି, ଆର୍ଯ୍ୟଭଟ୍ଟ ବି ଲାଇକ: ତୁମର ଆଇକ୍ୟୁ ଚେକ କରିବା ପାଇଁ ଜିରୋର ଆବିଷ୍କାର କରିଥିଲେ । ଅନ୍ୟ ଜଣେ ଲେଖିଛନ୍ତି ସୁସ୍ମିତା ସେନ, ଶାହାରୁଖ ଖାଁଙ୍କ ଇଣ୍ଟରଭ୍ୟୁ ଦେଖନ୍ତୁ । ଅନନ୍ୟା ଜାହ୍ନବୀ କପୁରଙ୍କ ଠାରୁ ଦୂରେଇ ରୁହନ୍ତୁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ସମସ୍ତେ ଏସଏସଆର(ସୁଶାନ୍ତ ସିଂ ରାଜପୁତ) ନୁହେଁ । ଆଉ କିଏ କହିଛି ଆଲଜେବରା ୯ମ ଶ୍ରେଣୀର ଗଣିତ ତେଣୁ ତାଙ୍କର ଇତିହାସ ବି ଦୁର୍ବଳ ଅଛି । ଆଉ ଜଣେ ଲେଖିଛନ୍ତି ମ୍ୟାଡାମଙ୍କୁ ଲାଗୁଛି ଆଲଜେବରା କ୍ଲୋଭିୟାରୁ ମିଳିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ ଲକ୍ଷ ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri