Categories: ଜାତୀୟ

ବଦଳିଲା ଝାନ୍ସି ରେଲୱେ ଷ୍ଟେଶନର ନାମ

ଲକ୍ଷ୍ନୌ,୩୦ ।୧୨: ବଦଳିଯାଇଛି ଉତ୍ତର ପ୍ରଦେଶ ଝାନ୍ସି ରେଲୱେ ଷ୍ଟେଶନର ନାମ । ଏବେ ଏହାର ନାମ ପରିବର୍ତ୍ତନ କରାଯାଇ ବୀରଙ୍ଗନା ଲକ୍ଷ୍ମୀବାଇ କରାଯାଇଛି । ବୁଧବାର ଉତ୍ତର ପ୍ରଦେଶ ସରକାର ଏହାକୁ ନେଇ ଏକ ଅଧିସୂଚନା ଜାରି କରିଛନ୍ତି । ରାଜ୍ୟର ମୁଖ୍ୟ ସଚିବ ନୀତିନ ରମେଶ ଗୋକର୍ଣ୍ଣ ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ରେଲୱେର ଜଣେ ଅଧିକାରୀ କହିଛନ୍ତି ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ମିଳିବା ପରେ ହିଁ ମଣ୍ଡଳ ରେଲୱେ ପ୍ରଶାସନ ନାମ ପରିବର୍ତ୍ତନର ବିଭାଗୀୟ ପ୍ରକ୍ରିୟା ଆରମ୍ଭ କରିବ ।

Share