Categories: ଜାତୀୟ

୧୨ ବର୍ଷ ପୂର୍ବରୁ ଅପହରଣ ଓ ହତ୍ୟାର ଶିକାର ହୋଇଥିବା ଯୁବତୀ ଜୀବନ୍ତ ଫେରିଲେ!

ଜାଲୌନ,୧୭ ।୯: ଉତ୍ତର ପ୍ରଦେଶର ଜାଲୌନରେ ୧୨ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ଖବର ଆସିଥିଲା ଚର୍ଚ୍ଚାକୁ । ଏବେ କିନ୍ତୁ ୧୨ ବର୍ଷ ପୂର୍ବେ ପ୍ରତିପକ୍ଷ କହିଛି ଯୁବତୀ ମୃତ ନୁହେଁ ବରଂ ଜୀବିତ ଅଛନ୍ତି । ଏହା ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି । ସୂଚନାଯୋଗ୍ୟ, ୧୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୮ ମସିହାରେ ଜାଲୌନର ଜାବିତ୍ରୀ ଓରଫ ଗାୟତ୍ରୀ ନାମକ ଯୁବତୀଙ୍କୁ ତାଙ୍କ ଘର ସାମ୍ନାରୁ କିଏ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ତୁରନ୍ତ ଯୁବତୀଙ୍କ ମା’ ରଜୋ ଦେବୀ କାଲପି କୋତୱାଲିରେ କାଲପିର ତତ୍କାଳୀନ ଜେଇ ଓ ଅନ୍ୟ ୯ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାର କିଛିଦିନ ପରେ କାନପୁର ନଗର ଘାଟମପୁର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଏହାକୁ ଦେଖଇବା ପରେ ଜୋ ଦେବୀ ମୃତ ଶରୀରଟି ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ । ଏହାପରେ ଅପହରଣ ମାମଲା ସହ ହତ୍ୟା ମାମାଲାର ଧାରା ଯୋଡି ହୋଇଯାଇଥିଲା । ପରେ ଏହି ମାମଲା ଯାଞ୍ଚ ସିବିସିଆଡିକୁ ଦିଆଯାଇଥିଲା । ଏହାପରେ ୨୦୧୧ରେ ସିବିସିଆଇଡି ଉକ୍ତ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା । ଇତିମଧ୍ୟରେ ଏହି ଘଟଣାରେ ଜଣେ ମହିଳା ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୯ ଜଣ ଜାମିନରେ ଆସି କୋର୍ଟଙ୍କ ରାୟକୁ ଅପେକ୍ଷା ରଖିଛନ୍ତି । ଏବେ ଏହି ରାୟ ତାରିଖ ପାଖେଇ ଆସୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଯୁବତୀ ଜଣଙ୍କ ଜୀବନତ ଥିବା କୁହାଯିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଅଭିଯୁକ୍ତ ପକ୍ଷ ଏବେଯୁବତୀ ଜଣଙ୍କୁ ଆଲିଗଡ଼ର ଛରାରାରୁ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି । ହେଲେ ଯୁବତୀଙ୍କ ମା’ କହିଛନ୍ତି ସେ ତାଙ୍କ ଝିଅ ନୁହେଁ ।

Share