ସବୁଜିମା ହେବ ଝାଙ୍କର, ଖର୍ଡିଆ ଡୁଙ୍ଗୁରି

ଲୋଇସିଂହା,୧୯।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମର ଟାଙ୍ଗରା ପଡିଥିବା ଝାଙ୍କର ଏବଂ ଖର୍ଡିଆ ଡୁଙ୍ଗୁରି ସବୁଜିମାକୁ ଫେରିବ। ବନ ବିଭାଗ ସହଯୋଗ ଏବଂ ରାମଜୀ ଯୁବକ ସଂଘ ଉଦ୍ୟମକ୍ରମେ ଉକ୍ତ ଟାଙ୍ଗରା ଡୁଙ୍ଗୁରିରେ ଚାରା ଲଗାଇ ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦ ହେକ୍ଟର ଜମିରେ ଚାରା ଲଗାଇବାକୁ ରାମଜୀ ଯୁବକ ସଂଘ ଏବଂ ବନ ବିଭାଗ ପକ୍ଷରୁ ଯୋଜନା ରହିଛି।
ନଅଗାଁ(ଖ) ପଞ୍ଚାୟତର ସଦର ପଞ୍ଚାୟତ କାର୍ଯ୍ୟାଳୟ ସଂଲଗ୍ନ ଝାଙ୍କର ଏବଂ ଖର୍ଡିଆ ଡୁଙ୍ଗୁରି(ପାହାଡ) ରହିଛି। ଏହାର ପରିସୀମା ୧୦ ହେକ୍ଟର। ଦୁଇଦଶନ୍ଧି ତଳେ ଗ୍ରାମର ରାମଜୀ ଯୁବକ ସଂଘ ଉଦ୍ୟମରେ ଉକ୍ତ ଦୁଇ ଲଣ୍ଡା ଡୁଙ୍ଗରିରେ ଶାଗୁଆନ ଚାରାରୋପଣ କରାଯାଇଥିଲା। ପଥୁରିଆ ମାଟି ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେତେବେଳେ ଅଧିକାଂଶ ଚାରା ମରି ଯାଇଥିଲା। ଏବେ ୧୦ ହେକ୍ଟର ପରିମିତ ଡୁଙ୍ଗୁରି ଉପରେ କେତେକଙ୍କ ଲୋଲୁପ ଦୃଷ୍ଟି ପଡିଛି। ଡୁଙ୍ଗରି ସୀମାନ୍ତକୁ ଜବରଦଖଲ କରି କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାଷଜମି ପାଇଁ ପ୍ରସ୍ତୁତ କଲେଣି। ଡୁଙ୍ଗୁରିକୁ ସୁରକ୍ଷା ଦେବା ପାଇଁ ରାମଜୀ ଯୁବକ ସଂଘ ଏବେ ଅଣ୍ଟା ଭିଡିଛି। ଦେଢମାସ ତଳେ ସଂଘର ସଭାପତି ନରସିଂହ ସାହୁଙ୍କ ଆହ୍ବାନ ଓ ସମ୍ପାଦକ ସଦାନନ୍ଦ ପଶାୟତଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପୃକ୍ତ ଡୁଙ୍ଗୁରିର ସୁରକ୍ଷା ପାଇଁ ପୁଣି ଥରେ ଚାରା ଲଗାଇବାକୁ ଗ୍ରାମବାସୀଙ୍କୁ ଆହ୍ବାନ ଦିଆଯାଇଥିଲା। ଗ୍ରାମବାସୀଙ୍କ ସହମତି ପରେ ସ୍ଥାନୀୟ ବନ ବିଭାଗର ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବନ ବିଭାଗ ପକ୍ଷରୁ ଆମ ଜଙ୍ଗଲ କାର୍ଯ୍ୟକ୍ରମରେ ଚାରା ଯୋଗାଇ ଦେବାକୁ ସ୍ଥାନୀୟ ରେଞ୍ଜ ଅଫିସର ପାଉଲ ହରପାଲ ପ୍ରତିଶ୍ରୁତି ଦେଇଥିଲେ। ଗତ ମଙ୍ଗଳବାର ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ, ସରପଞ୍ଚ ବୃନ୍ଦାବନ ସେଠ, ଫରେଷ୍ଟ ଗାର୍ଡ ଚିନ୍ମୟ ପ୍ରଧାନ, ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ନେଇ ଆଲୋଚନା ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ସମ୍ପୃକ୍ତ ଡୁଙ୍ଗରିରେ ଚାରା ଲଗାଯିବାକୁ ଚୂଡାନ୍ତ ହୋଇଛି। ଏହି ଅବସରରେ ମିଳିତ ଉଦ୍ୟମରେ ଗ୍ରାମର ତେଲିକଣ୍ଟା ନିକଟରେ ପ୍ରଥମ ଦଫାରେ ୧ ଶହ ଚାରା ରୋପଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri