ଲଣ୍ଡନରେ ଇହୁଦି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଲଣ୍ଡନ,୧୩।୧୦: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପରସ୍ପରକୁ ଧ୍ୱଂସ କରିବାର ଉଦ୍ଦେଶ୍ୟ ଏହି ଯୁଦ୍ଧକୁ ତୀବ୍ର କରିଦେଇଛି। ଅକ୍ଟୋବର ୭ରେ, ହମାସ ଏକ ପବିତ୍ର ପର୍ବରେ ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ଫିଙ୍ଗିଥିଲା। ଏହା ପରେ ଇସ୍ରାଏଲ ମଧ୍ୟ ହମାସକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ସେବେଠାରୁ ଉଭୟଙ୍କ ମଧ୍ୟରେ କ୍ରମାଗତ ଭାବେ ବୋମା ମାଡ କରାଯାଉଛି। ଏହି ଯୁଦ୍ଧ ହେତୁ ବିଶ୍ୱର ବିଭିନ୍ନ ଦେଶରେ ଚିନ୍ତା ବଢିଛି। ଗୋଟିଏ ପଟେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇ ନ ଥିବାବେଳେ ଅନ୍ୟ ପଟେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିଶ୍ୱ ପାଇଁ ଏକ ଆଲାର୍ମ ଘଣ୍ଟି ପାଲଟିଛି। ପୃଥିବୀର ଅନ୍ୟ ଦେଶରେ ବାସ କରୁଥିବା ପାଲେଷ୍ଟାଇନ ଏବଂ ଇହୁଦିମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଇହୁଦିମାନଙ୍କ ପ୍ରତି ପାଲେଷ୍ଟାଇନ ସମର୍ଥକଙ୍କ ଆକ୍ରମଣାତ୍ମକ ମନୋଭାବକୁ ଦୃଷ୍ଟିରେ ରଖି ଇହୁଦି ବିଦ୍ୟାଳୟଗୁଡ଼ିକ ଏକ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ଲଣ୍ଡନର ଅନେକ ଇହୁଦି ବିଦ୍ୟାଳୟ ମାତାପିତାଙ୍କୁ ସୂଚନା ଦେଇଛନ୍ତି ଯେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସୁରକ୍ଷା କାରଣରୁ ଶୁକ୍ରବାର ସ୍କୁଲ ବନ୍ଦ ରହିବ।

Share