ଆଜି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଅଳଙ୍କାର

ପୁରୀ,୨୩ା୯(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀବିଗ୍ରହମାନଙ୍କ ଅଳଙ୍କାର ତଥା ମୂଲ୍ୟବାନ୍‌ ସାମଗ୍ରୀ ୨୩ ତାରିଖ ମଙ୍ଗଳବାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଏହି ସମୟରେ ଅର୍ଥାତ୍‌ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ ମହାପ୍ରସାଦ ପାଇଁ ଉତ୍ତରଦ୍ୱାର ଦେଇ ଆନନ୍ଦବଜାରକୁ ଯାଇପାରିବେ। ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ସହ ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ସୂଚନା ଦିଆଯିବା ସହ ଭକ୍ତମାନେ ଏ ନେଇ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ରତ୍ନଅଳଙ୍କାର ସ୍ଥାନାନ୍ତର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହାକୁ ଅନୁପାଳନ କରିବା ପାଇଁ ସୋମବାର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରୁ (ଖଟଶେଯ ଓ ଚାଙ୍ଗଡ଼ା ଘର) ରତ୍ନଅଳଙ୍କାରଗୁଡ଼ିକ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ପ୍ରାଧିକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍‌ପି, ଏଏସ୍‌ଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍‌କମିଟି ସଦସ୍ୟ ଗଣେଶ ଦାସ ମହାପାତ୍ର, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ୍‌ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ରହିଛନ୍ତି। ଏତଦ୍‌ବ୍ୟତୀତ ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସାମିଲ ହେବେ। ମାର୍ଗଦର୍ଶିକା ଆଧାରରେ ପୂର୍ବାହ୍ନ ୧୦ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ଅମୃତ ବେଳା ଅନୁସାରେ ସକାଳ ୭ଟା ୧୭ରୁ ପୂର୍ବାହ୍ନ ୧୧ଟା ୧୭ ମଧ୍ୟରେ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବେ।
ବୈଠକ ପରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପରୋକ୍ତ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ସହ ନାଟମଣ୍ଡପ ଓ ଜଗମୋହନକୁ ଶୋଧ କରାଯିବ। ଶ୍ରୀମନ୍ଦିର, ମୁଖ୍ୟ ଦେଉଳ, ଭିତରବେଢ଼ା, ଝୁଲଣମଣ୍ଡପକୁ ଭକ୍ତଙ୍କୁ ବାରଣ ରହିବ। ମହାପ୍ରସାଦ ପାଇଁ ଭକ୍ତମାନେ ଉତ୍ତର ଦ୍ୱାର ଦେଇ ଆନନ୍ଦ ବଜାର ଯିବେ। ସ୍ଥାନାନ୍ତର ପରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ କରାଯିବ। ସେବାୟତଙ୍କ ପାଇଁ କୌଣସି କଟକଣା ନାହିଁ। ଯେଉଁ ସେବାୟତଙ୍କ ପାଳି ଜଗମୋହନ, ନାଟମଣ୍ଡପ, ଗର୍ଭଗୃହ ନିକଟରେ ରହିଥିବ, ସେମାନେ ଭିତରକୁ ଯାଇପାରିବେ। ମହାପ୍ରଭୁଙ୍କ ନୀତି ଅବ୍ୟାହତ ରହିବ ବୋଲି ସେ କହିଛନ୍ତି। ସେହିପରି ଏସ୍‌ପି ପ୍ରତୀକ ସିଂ କହିଛନ୍ତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କୁ ଭିତରବେଢ଼ା କିମ୍ବା ପାଶର୍‌ବଦେବଦେବୀ ମନ୍ଦିରକୁ ଛଡ଼ାଯିବ ନାହିଁ। ଭିତରକୁ ଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସେବାୟତ, ଅଧିକୃତ ଅଧିକାରୀ, ଭଣ୍ଡାର ମେକାପ, ସମସ୍ତଙ୍କ ପାଇଁ ଦୁଇ ପ୍ରକାର ପ୍ରବେଶ ପାସ୍‌ କରାଯାଇଛି। ପାଳିଆ ସେବାୟତଙ୍କ ପାଇଁ ଗୋଟିଏ ପ୍ରକାର ପାସ୍‌ ରହିଛି। ଯେଉଁମାନେ ସ୍ଥାନାନ୍ତର ପ୍ରକ୍ରିୟାରେ ସାମିଲ ହେବେ, ସେମାନଙ୍କ ପାଇଁ ଅନ୍ୟ ପ୍ରକାର ପାସ୍‌ କରାଯାଇଛି। ପୋଲିସ ସହ ପ୍ରତିହାରୀ, ଜେଟିପି, ପ୍ରଶାସନିକ ଅଧିକାରୀ ରହି ଚେକିଂ କରିବେ। ସ୍ଥାନାନ୍ତର ସମୟରେ ସାତପାହାଚ ଓ ବେହରଣ ଦ୍ୱାରକୁ ଛାଡ଼ି ସମସ୍ତ ଦ୍ୱାର ବନ୍ଦ କରିଦିଆଯିବ। ଚାରିଦ୍ୱାରରେ ଅଫିସର ଓ ପୋଲିସ ଫୋର୍ସ୍‌ ମୁତୟନ ରହିବେ। ଏସ୍‌ପିଙ୍କ ସହ ୨ଜଣ ଡିସି ବା ଅତିରିକ୍ତ ଏସ୍‌ପି ର଼୍ୟାଙ୍କ ଅଫିସର, ୩ଜଣ ଏସି ବା ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଅଫିସର, ୭ ଇନ୍ସପେକ୍ଟର, ୯ ସବ୍‌ଇନ୍ସପେକ୍ଟର୍‌, ଏସ୍‌ଆଇ, ୧୩ ସେକ୍‌ସନ ବା ସାଢ଼େ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri