Categories: ଜାତୀୟ

ଜେଟ୍‌ ଏୟାରୱେଜ ସିଇଓଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୪: ଜେଟ୍‌ ଏୟାରୱେଜର ମନୋନତ ସିଇଓ ସଞ୍ଜୀବ କପୁର ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋମବାର ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଜେଟ୍‌ ଏୟାରୱେଜକୁ ଅଧିଗ୍ରହଣ କରୁଥିବା ଜାଲାନ କାରଲକ୍‌ କନ୍‌ସର୍ଟିୟମ୍‌(ଜେକେସି) ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।
ଇସ୍ତଫା ପରେ ସଞ୍ଜୀବ କହିଛନ୍ତି, ଜେଟ୍‌ ଏୟାରୱେଜ ସହ କାମ କରିଥିବାରୁ ଗର୍ବିତ, ଯିଏକି ପ୍ରଥମ ଥର ପାଇଁ ଭାରତରେ ବିମାନ ଚଳାଚଳ କରି ଇତିହାସ ସୃଷ୍ଟି କରିବା ପାଇଁ ଜେକେସି ସହିତ ଏକାଠି ହୋଇଥିଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲରେ ସଞ୍ଜୀବ ଜେଟ୍‌ ଏୟାରୱେଜର ଯୋଗ ଦେଇଥିଲେ। ଆର୍ଥିକ ସଙ୍କଟ କାରଣରୁ ୨୦୧୯ରେ ଜେଟ୍‌ ଏୟାରୱେଜର ବିମାନ ଚଳାଚଳକୁ ବନ୍ଦ କରିଥିଲା।

Share