ଜୀବନ ପ୍ରଦୀପଙ୍କ ଘରବାହୁଡ଼ା

ଭୁବନେଶ୍ୱର,୧୪।୧: ବାଲେଶ୍ୱରର ପୂର୍ବ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ପୂର୍ବରୁ ଭାଜପାରୁ ଆସି ବିଜେଡିରେ ଯୋଗ ଦେଇଥିଲେ ଜୀବନ ପ୍ରଦୀପ। ହେଲେ ୨୦୧୯ ବାଲେଶ୍ୱର ଉପନିର୍ବାଚନରେ ଲଢ଼ି ପରାଜିତ ହୋଇଥିଲେ ସେ। ଏହା ପରେ ଜୀବନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା। ଦଳ ବିରୋଧି କାର୍ଯ୍ୟ ଅଭିଯୋଗରୁ ତାଙ୍କୁ ଦଳରୁ ବିଦା କରାଯାଇଥିଲା। ଏବେ ପୁଣିଥରେ ଭାଜପାକୁ ଫେରିଥିବାରୁ ତାଙ୍କର ଘର ବାହୁଡ଼ା ହେଲା ବୋଲି କୁହାଯାଉଛି। ତେବେ କୌଣସି ସର୍ତ୍ତ ନ ରଖି ଦଳକୁ ଫେରିଥିବା ସେ କହିଛନ୍ତି।