ହର ହର ଶମ୍ଭୁ ପରେ ଜିତୁ ଶର୍ମାଙ୍କ ‘ମେରେ ରାଜା ମେରେ ରାମ ଗୀତ’ ହେଉଛି ଭାଇରାଲ

କେନ୍ଦୁଝର,୨୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଭୁ ରାମଙ୍କ ଉପରେ ଆଧାରିତ ଜିତୁ ଶର୍ମା ଗାଇଥିବା ଗୀତ ‘ମେରେ ରାଜା ମେରେ ରାମ, ମେରା ଦେଶ ମେରି ଜାନ, ମେରେ ଶିବ ହେ ମେରେ ପ୍ରାଣ, ମେରା ଭାରତ ମେରି ସାନ…’ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମରେ ଏହା ସର୍ବ ଭାରତୀୟସ୍ତରରେ ୮ନମ୍ବରରେ ରହିଥିବା ବେଳେ ରବିବାର ଏହା ୪ନମ୍ବରରେ ପହଞ୍ଚିଛି। ଏହାର ଟ୍ରାକ୍‌ ଗତ ମାର୍ଚ୍ଚ ୧୬ ତାରିଖରେ ରିଲିଜ ହୋଇଥିଲା ା ସେତିକିବେଳେ ସେଭଳି ଶ୍ରୋତାଙ୍କ ମଧ୍ୟରେ ସଫଳତା ପାଇପାରି ନ ଥିଲା। ବର୍ତ୍ତମାନ ଏହା ଶ୍ରୋତାଙ୍କ ମନରେ ଛାଇଯାଇଛି।

ଭଗବାନ ଶିବଙ୍କ ଉପରେ ଆଧାରିତ ଗୀତ ‘ହର ହର ଶମ୍ଭୁ ଶିବ ମହାଦେବ’ ଟ୍ରାକ୍‌ ସଂଗୀତ ପରିବେଷଣ ଓ ଗୀତ ଗାଇ ରାତାରାତି ଦେଶ ଓ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ଜିତୁ ଶର୍ମାଙ୍କ ଏହି ଗୀତ ଏବେ ଧୂମ୍‌ ମଚାଇଛି। ଏହି ସଫଳତା ପାଇଁ ପ୍ରଭୁ ରାମ ଏବଂ ଗୁରୁ ଆକାଶ ଦେଓ ଏବଂ ପରିବାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ଜିତୁ।

ଆସନ୍ତା ମାସ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନା ହେବାକୁ ଥିବା ବେଳେ ସମଗ୍ର ଦେଶ ଏବେ ରାମମୟ ହୋଇପଡିଛି ା ଏଣୁ ବିଶେଷ କରି ରାମଭକ୍ତଙ୍କ ମଧ୍ୟରେ ଏହି ରିଲ୍‌ଟି ବେଶ୍‌ ଆଦୃତ ହେଉଛି। ଏଭଳି ସମୟରେ ଏହି ଗୀତ ଅଧିକ ଭାଇରାଲ ହୋଇ ଏକ ନୂତନ ରେକର୍ଡ ସୃଷ୍ଟି କରିବ ବୋଲି ଜିତୁ ଆଶା ରଖିଛନ୍ତି। ଏହି ଗୀତ ଅଯୋଧ୍ୟା ହନୁମାନ ଗଡି ମନ୍ଦିର ଉପରେ ଶୁଟିଂ ହୋଇଛି। ଏହି ରିଲ ଇନ୍‌ଷ୍ଟାଗ୍ରାମରେ ୧୫ ହଜାରରୁ ଅଧିକ ରିଲ୍‌ ପ୍ରସାରିତ ହୋଇ ସାରିଛି ଏବଂ ଏହି ଟ୍ରାକ୍‌କୁ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ବୋଲି ଜିତୁ କହିଛନ୍ତି। ପ୍ରତି ଏକ ଘଣ୍ଟାରେ ୧୦୦ ରିଲ୍‌ ବୃଦ୍ଧି ପାଉଥିବାରୁ ଏହି ସଂଖ୍ୟା ଆଗାମୀ ଦିନରେ ଏକ ନୂଆ ରେକର୍ଡ ସୃଷ୍ଟି କରିବା ଆଶା କରାଯାଉଛି। ଏହି ରିଲ ମଧ୍ୟ ୟୁଟ୍ୟୁବ ଓ ଅନ୍ୟ ସୋସିଆଲ ମଧ୍ୟ ଧମାକା ମଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri