୩୦ ଥର ଟେକ୍‌ ନେବା ପରେ ମଧ୍ୟ ଡାଏଲଗ୍‌ କହି ପାରି ନଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ଜିତେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ସେ ନିଜ କ୍ୟାରିୟରରେ ମଧ୍ୟରେ ଅନେକ ପ୍ରକାରର ଫିଲ୍ମରେ ଅଭିନୟ କରିଛନ୍ତି। ୬୦ରୁ ୯୦ ଦଶକ ମଧ୍ୟରେ ହିନ୍ଦୀ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସେ ହିନ୍ଦୀ ସିନେମାର ଏକମାତ୍ର ଅଭିନେତା ଯିଏକି ତାଙ୍କ କ୍ୟାରିଅରରେ ୮୦ଟି ରିମେକ ଫିଲ୍ମରେ କାମ କରିଛନ୍ତି। ପ୍ରାୟ ଅନେକ ହିଟ୍‌ ଫିଲ୍ମ ସେ କରିଛନ୍ତି। ସେ ୭ ଏପ୍ରିଲ ୧୯୪୨ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରବି କପୁର। ବଲିଉଡର ସଫଳତା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ଜନ୍ମଦିନ ଅବସରରେ ଜାଣନ୍ତୁ କିଛି ବିଶେଷ କଥା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଜିତେନ୍ଦ୍ର ମୁମ୍ବାଇର ଏକ କୁଡିଆ ଘରେ ରହୁଥିଲେ। ତାଙ୍କ ବାପା ଫିଲ୍ମରେ ଅଳଙ୍କାର ଯୋଗାଉଥିଲେ। କଲେଜରେ ପଢ଼ୁଥିବା ବେଳେ ତାଙ୍କ ବାପାଙ୍କ ହୃଦଘାତ ହୋଇଥିଲା। ସେହି ସମୟରେ ଘର ଚଳାଇବା ପାଇଁ ଅସୁବିଧା ହୋଇଥିଲା। ଏଭଳି ପରିସ୍ଥିତିରେ ଜିତେନ୍ଦ୍ର ଫିଲ୍ମ ନିର୍ମାତା ଶାନ୍ତାରାମଙ୍କୁ ଭେଟିଥିଲେ। ଜିତେନ୍ଦ୍ର ତାଙ୍କୁ ଫିଲ୍ମରେ କାମ କରିବାକୁ କହିଥିଲେ, ସେ କହିଥିଲେ ଯେ ଯଦି ତୁମେ ଚେଷ୍ଟା କରିବାକୁ ଚାହୁଁଛ, ତାହା କର, କିନ୍ତୁ ମୁଁ ତୁମକୁ କୌଣସି କାମ ଦେବି ନାହିଁ। ପରେ ଜିତେନ୍ଦ୍ରଙ୍କୁ ଶାନ୍ତାରାମ ଡାକିଥିଲେ।

ଫିଲ୍ମ ପାଇଁ ଶାନ୍ତାରାମ ଜିତେନ୍ଦ୍ରଙ୍କ ସ୍କ୍ରିନ ପରୀକ୍ଷା ଦେଇଥିଲେ। ୩୦ ଟି ଟେକ ସତ୍ତ୍ୱେ ଜିତେନ୍ଦ୍ର ଡାଏଲଗ୍‌ ସଠିକ ଭାବରେ କହିପାରି ନ ଥିଲେ। ତଥାପି ଫିଲ୍ମ ପାଇଁ ‘ ଗିତ୍‌ ଗାୟା ପଥରୋଁସେ’ ରେ ସେ କାମ କରିଥିଲେ। ଶାନ୍ତାରାମ ହିଁ ତାଙ୍କ ନାମ ରବି କପୁରରୁ ଜିତେନ୍ଦ୍ରରେ ପରିବର୍ତ୍ତନ କରିଥିଲେ। ସେତେବେଳେ ଜିତେନ୍ଦ୍ରଙ୍କ ମାସକୁ ଦରମା ୧୦୦ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri