ଆଜିଠୁ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଆଜି ଜେଇଇ ମେନ୍‌-ପରୀକ୍ଷା। ଓଡ଼ିଶାର ୨୪ଟି ସହରରେ ଏହି ପରୀକ୍ଷା ହେଉଛି। ୩୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ୨୦୨୨ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଜେଇଇ ମେନ ପରୀକ୍ଷା ଚାଲିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ । ପରୀକ୍ଷା ଲାଗି ଦେଶରେ ୫୦୧ ଓ ବିଦେଶରେ ୨୨ଟି ସହରରେ କେନ୍ଦ୍ର ହୋଇଛି । ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ହେଉଛି ।