ଜେଇଇ ମେନ୍‌ ସେସନ-୧ ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌ ସେସନ-୧ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୮.୬ଲକ୍ଷ ଛାତ୍ରୀଛାତ୍ର ପେପର୍‌-୧ ଏବଂ ୦.୪୬ ଲକ୍ଷ ଛାତ୍ରୀଛାତ୍ର ପେପର୍‌-୨ ପରୀକ୍ଷା ଦେଇଥିଲେ। ଏନ୍‌ଟିିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ପରୀକ୍ଷାର୍ଥୀମାନେ ଏବେ ସେମାନଙ୍କ ଫଳାଫଳ jeemain.nta.nic.in ଓ୍ବେବ୍‌ସାଇଟ୍‌ରେ ଦେଖିପାରିବେ। ସେପଟେ ୱେବ୍‌ସାଇଟ୍‌ରେ ଜେଇଇ ମେନ୍‌ ସେସନ-୧ର ଉତ୍ତର ମଧ୍ୟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍‌ସାଇଟ୍‌ ଜରିଆରେ ଡାଉନ୍‌ଲୋଡ କରିପାରିବେ। ଜେଇଇ ମେନ୍‌ ସେସନ-୧ରେ ୨୦ଜଣ ୧୦୦ ପର୍ସେଣ୍ଟାଇଲ ମାର୍କ ରଖିଛନ୍ତି। ଓଡ଼ିଶାର ଅମୃତାଂଶୁ ମହାନ୍ତି ରାଜ୍ୟ ଟପ୍ପର ହୋଇଥିବା ଜଣାପଡ଼ିଛି। ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ର ଛାତ୍ର ଅମୃତାଂଶୁ ୯୯.୯୭୪ ସ୍କୋର ଅକ୍ତିଆର କରିଛନ୍ତି। ଅମୃତାଂଶୁ ପଦାର୍ଥ ବିଜ୍ଞାନରେ ୯୯.୭୬୦, ରସାୟନ ବିଜ୍ଞାନରେ ୯୯.୯୬୭ ଏବଂ ଗଣିତରେ ୯୯.୯୪୯ ପର୍ସେଣ୍ଟାଇଲ୍‌ ରଖିଛନ୍ତି। ଫଳାଫଳ ଜାଣିବା ପରେ ଅମୃତାଂଶୁ କହିଛନ୍ତି, ରାଜ୍ୟ ଟପ୍ପର ହୋଇଥିବାରୁ ମୁଁ ବହୁତ ଖୁସି। ମୁଁ ପ୍ରତିଦିନ ପାଖାପାଖି ୧୦ ଘଣ୍ଟା ଅଧ୍ୟୟନ କରୁଥିଲି। ଶିକ୍ଷକମାନଙ୍କ ସହଯୋଗ ଏବଂ ମାତାପିତାଙ୍କ ପ୍ରେରଣା ଯୋଗୁ ମୋତେ ଏହି ସଫଳତା ମିଳିଛି। ତେବେ ଦିଲ୍ଲୀ କିମ୍ବା ମୁମ୍ବାଇ ଆଇଆଇଟିରେ ଅଧ୍ୟୟନ କରିବା ପାଇଁ ଲକ୍ଷ୍ୟ ରଖିଥିବା ଅମୃତାଂଶୁ କହିଛନ୍ତି। ସେହିପରି ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ର ପ୍ରିୟଙ୍କା ସର୍‌ ୯୯.୯୪୮, ସଂକେତ ଦାସ ୯୯.୯୧୮, ଦେବାଶିଷ ପଟ୍ଟନାୟକ ୯୯.୮୯୬, ସ୍ନେହିଲ୍‌ ସଂଯୋଗ ୯୯.୮୩୭, ସଂକେତ ରାଉତ ୯୯.୮୦୯ ପର୍ସେଣ୍ଟାଇଲ୍‌ ରଖିଛନ୍ତି। ୧୬ଜଣ ଛାତ୍ରୀଛାତ୍ର ୯୯ ପର୍ସେଣ୍ଟାଇଲ୍‌ରୁ ଅଧିକ ରଖିଥିବା ବେଳେ ୨୪ଜଣ ୯୫ ପର୍ସେଣ୍ଟାଇଲ୍‌ରୁ ଅଧିକ ଏବଂ ୩୧ ଜଣ ଛାତ୍ରୀଛାତ୍ର ୯୦ ପର୍ସେଣ୍ଟାଇଲ୍‌ରୁ ଅଧିକ ରଖିଛନ୍ତି। ସାଇ ଇଣ୍ଟରନ୍ୟାଶନାଲ୍‌ର ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଅମୃତାଂଶୁ ଏବଂ ଜେଇଇ ମେନ୍‌ରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri