‘ଜେଇଇ ମେନ୍‌ ଫଳାଫଳ ଆଗକୁ ବଢ଼ିବାକୁ ଉତ୍ସାହିତ କରିଛି’

ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳର ଝିଅ ତଥା କିଟ୍‌ର ଛାତ୍ରୀ ପ୍ରିୟଙ୍କା ସରଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। କାରଣ ଶନିବାର ପ୍ରକାଶ ପାଇଥିବା ଜେଇଇ ମେନ୍‌ ସେସନ-୨ ପରୀକ୍ଷାରେ ସେ ୯୯.୯୮ ପର୍ସେଣ୍ଟାଇଲ୍‌ ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି। ଏଥିସହ ସର୍ବଭାରତୀୟ ସ୍ତରରେ ୨୪୩ ର଼୍ୟାଙ୍କ୍‌ ହାସଲ କରି ପ୍ରଶଂସା ସାଉଣ୍ଟିଛନ୍ତି। ଜଣେ ଆଇଏଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ପ୍ରିୟଙ୍କାଙ୍କ ଏହି ସଫଳତା ଓ ଭବିଷ୍ୟତକୁ ନେଇ ତାଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ଆଳାପ…।

ଟପ୍ପର ହେବା ପରେ କିପରି ଅନୁଭବ କରୁଛନ୍ତି?

ଜାତୀୟ ସ୍ତରରେ ନିଜକୁ ପରଖିବାର ପ୍ରଥମ ସୋପାନ ହେଉଛି ଜେଇଇ ମେନ୍‌। ଏଥିରେ ପରିଶ୍ରମର ଫଳ ମିଳିଛି। ବହୁତ ଖୁସି ଲାଗୁଛି। ଏହି ସ୍କୋର୍‌ ଜେଇଇ ଆଡ୍‌ଭାନ୍ସ ସହ ଆଗକୁ ବଢିବା ପାଇଁ ମୋତେ ଅଧିକ ପ୍ରୋତ୍ସାହିତ କରିଛି।
କେତେ ସମୟ ପାଠପଢ଼ାକୁ ଦିଅନ୍ତି?
ପ୍ରତିଦିନ ୬ଘଣ୍ଟା କ୍ଲାସ୍‌ ପରେ ଘରେ ଆଉ ୨/୩ ଘଣ୍ଟା ପଢ଼ାପଢ଼ି କରେ। ପରୀକ୍ଷା ପୂର୍ବରୁ ୨ ମାସ ଘରେ ଅଧିକ ସମୟ ପଢ଼ାପଢ଼ି କରୁଥିଲି। କେବଳ ଡାଉଟ୍‌ କ୍ଲିୟର ପାଇଁ କ୍ଲାସ୍‌ କରିବାକୁ ଯାଏ। ବାକି ସମୟ ପଢ଼ାପଢ଼ି କରେ।
କିପରି ଥିଲା, ଫଳାଫଳକୁ ନେଇ କ’ଣ କହିବେ?
ସବୁଥିରେ ଶତପ୍ରତିଶତ ଫଳ ପାଇବାକୁ ଚେଷ୍ଟା ବହୁତ କରିଥିଲି। ଏଥିପାଇଁ ସବୁ ଶିକ୍ଷୟିତ୍ରୀଶିକ୍ଷକଙ୍କର ମଧ୍ୟ ବହୁତ ସହଯୋଗ ରହିଥିଲା। ତେବେ ଗଣିତ ଓ ପଦାର୍ଥ ବିଜ୍ଞାନରେ ୧୦୦ ପର୍ସେଣ୍ଟାଇଲ୍‌ ସ୍କୋର୍‌ କରିପାରିଛି।
ପାଇଁ କ’ଣ ପରାମର୍ଶ ଦେବେ?
କେବଳ ପାଠପଢ଼ା ନୁହେଁ, ଯେକୌଣସି କ୍ଷେତ୍ରରେ ସଫଳତା ପାଇବାର ଗୋଟିଏ ମାତ୍ର ଉପାୟ କଠିନ ପରିଶ୍ରମ। ଯେଉଁଥିରେ ଆଗ୍ରହ ନ ଥିବ ସେଥିରେ ସମୟ ନ ଦେଇ ଯେଉଁଥିରେ ଇଚ୍ଛା ହେଉଛି, ସେଇ କ୍ଷେତ୍ରରେ ଦୃଢ଼ ମନୋବଳ ସହ ପରିଶ୍ରମ କରିଚାଲିଲେ ସଫଳତା ନିଶ୍ଚୟ ମିଳିବ।
ଶ୍ରେୟ କାହାକୁ ଦେବେ?
ପ୍ରଥମେ ମୁଁ ମୋ ମାଆଙ୍କୁ ସଫଳତାର ଶ୍ରେୟ ଦେବାକୁ ଚାହିଁବି। ତାଙ୍କ ମାର୍ଗଦର୍ଶନରେ ମୁଁ ଏହି ସଫଳତା ପାଇଛି। ତେବେ ସାନ ଭଉଣୀ ଓ ବାପାଙ୍କର ମଧ୍ୟ ସହଯୋଗ କିଛି କମ୍‌ ନୁହେଁ। ମୁଁ ଯେତିକି ପରିଶ୍ରମ କରୁଥିଲି, ମୋ ପାଇଁ ଶିକ୍ଷୟିତ୍ରୀଶିକ୍ଷକ ମଧ୍ୟ ସେତିକି ପରିଶ୍ରମ କରୁଥିଲେ। ଏଇ ସଫଳତାର ଶ୍ରେୟ ସମସ୍ତଙ୍କୁ ଦେବାକୁ ଚାହିଁିବି।
କ’ଣ ଲକ୍ଷ୍ୟ ରହିଛି?
ବର୍ତ୍ତମାନ ତ ଭଲ ଆଇଆଇଟିରେ ପଢ଼ିବାକୁ ଚାହଁୁଛି। ଆଗକୁ ଜେଇଇ ଆଡ୍‌ଭାନ୍ସରେ ଭଲ କରିବାର ଯୋଜନା ରହିଛି। ଏହାପରେ ଆଇଏଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରହିଛି।
-ରିପୋର୍ଟ: ଅନୁରାଧା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri