Categories: ଜାତୀୟ

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୧ା୭: ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ ସୋମବାର ପ୍ରକାଶ ପାଇଛି ।  ଏନ୍‌ଟିଏର ଅଫିସିଆଲ ଓ୍ବେବ୍‌ସାଇଟ୍‌ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ। ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ-୧ ପରୀକ୍ଷା ଦେଇଥିଲେ । ଜୁଲାଇ ୨୧ରୁ ୩୦ ପର୍ଯ୍ୟନ୍ତ ଜେଇଇ ମେନ୍‌ ସେସନ-୨ ପରୀକ୍ଷା ହେବ। ଜେଇଇ ମେନ୍‌ ସେସନ-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଜୁଲାଇ ୯ରେ ଶେଷ ହୋଇଛି। କେଉଁମାନେ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ହେବେ ତାହା ଜେଇଇ ମେନ୍‌ ରେଜଲ୍ଟ ନିଷ୍ପତ୍ତି ନେବ।

Share