ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ: ପରେ ଘୋଷଣା ହେବ ନୂଆ ତାରିଖ…

ନୂଆଦିଲ୍ଲୀ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ଏପ୍ରିଲ୍‌ ୧୮ରେ ହେବାକୁ ଥିବା ଏନ୍‌ଇଇଟି ପିଜି ପରୀକ୍ଷାକୁ ବାତିଲ କରାଯାଇଥିଲା। ଏବେ ଏପ୍ରିଲ୍‌ ୨୭, ୨୮ ଏବଂ ୩୦ରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରେ ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ନୂଆ ପରୀକ୍ଷା ତାରିଖ ସମ୍ପର୍କରେ ଶିକ୍ଷାର୍ଥୀଙ୍କୁ ୧୫ ଦିନ ପୂର୍ବରୁ ଜଣାଇ ଦିଆଯିବ। ବଢୁଥିବା କରୋନା ସଂକ୍ରମଣ ଯୋଗୁ ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

Share