Categories: ଜାତୀୟ

ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ୍‌

ନୂଆଦିଲ୍ଲୀ,୧୫।୪: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସଡ୍‌ ୨୦୨୨ର ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ୍‌ ୨୦୨୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଏହି ପରୀକ୍ଷା ଜୁଲାଇ ୩ରେ ହେବାକୁ ସ୍ଥିର ହୋଇଥିଲା।

ମିଳିଥିବା ସୂଚନାନୁଯାୟୀ, ଜେଇଇ ଆଡଭାନ୍ସଡ୍‌ ୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ରୁ ଆରମ୍ଭ ହୋଇ ୧୧ ପର୍ଯ୍ୟନ୍ତ ଚାଲିବ। ତେବେ ଆବେଦନ ପ୍ରକ୍ରିୟାର ଶେଷ ହେଉଛି ୧୨ ଅଗଷ୍ଟ। ଯେଉଁ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଆବେଦନ କରିଥିବେ ସେମାନେ ଅଗଷ୍ଟ ୨୩ରୁ୨୮ ସୁଦ୍ଧା ନିଜର ଆଡମିଟ କାର୍ଡ ଜେଇଇ ଆଡଭାନ୍ସଡର ଅଫିସିଆଲ ୱେବସାଇଟରୁ ଡାଉନଲୋଡ କରିପାରିବେ ।

Share