Categories: ଜାତୀୟ

ପ୍ରାର୍ଥୀଙ୍କ ବିଶ୍ୱାସ ଗର୍ଭସ୍ଥ ସନ୍ତାନ ଦେବ ବିଜୟ

ପାଟନା,୧୮ ।୧୦: ବିହାର ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ସବୁ ପ୍ରାର୍ଥୀ ବିଜୟ ଲକ୍ଷ୍ୟ ହାସଲରେ ଲାଗି ପଡିଛନ୍ତି । ଏତିକିବେଳେ ଜେଡିୟୁର ଜଣେ ମହିଳା ପ୍ରାର୍ଥୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶୁଷୁମ୍ଲତା କୁଶାବାହା ଗର୍ଭବତୀ ହୋଇ ବି ନିର୍ବାଚନ ମଇଦାନକୁ ଓହ୍ଲାଇବା ସମସ୍ତଙ୍କ ଭୃକୁଞ୍ଚନ ସୃଷ୍ଟି କରିଛି । ଶୁଷୁମ୍ଲତା ଏବେ ୯ ମାସର ଗର୍ଭବତୀ । ଯେ କୌଣସି ସମୟରେ ସେ ମା’ ହୋଇପାରନ୍ତି । ହେଲେ ଏହାରି ଭିତରେ ବି ସେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗ ଦେଉଛନ୍ତି । ସେ କହିଛନ୍ତି ଗର୍ଭସ୍ଥ ସନ୍ତାନ ମୋତେ ବିଜୟ ଦେବ । ଗର୍ଭରେ ବଢୁଥିବା ଶିଶୁ ମୋର ଦୁର୍ବଳତା ନୁହେଁ ବରଂ ମହାଭାରତର ଅଭିମନ୍ୟୁଙ୍କ ଭଳି ବିହାର ନିର୍ବାଚନ ମହାଭାରତରେ ସେ ମୋତେ ସହଯୋଗ କରୁଛି । ସୂଚନାଯୋଗ୍ୟ, ବିହାର ଭୋଜପୁର ଜିଲା ଜଗଦିଶପୁର ବିଧାନସଭା ଆସନରୁ ଏନ୍‌ଡିଏ ପକ୍ଷରୁ ଜେଡିୟୁ ଶୁଷୁମ୍ଲତାଙ୍କୁ ପ୍ରାର୍ଥୀ କରିଛି । ଏଠାରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ତେଣୁ ଏବେ ସେ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି । ତାଙ୍କର ସାହସ ଓ ଧୈର୍ଯ୍ୟକୁ ଦେଖି ସାଧାରଣ ଜନତା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଶୁଷୁମ୍ଲତା କହିଛନ୍ତି, ମୁଁ ଯେଉଁଠାରୁ ନିର୍ବାଚନ ଲଢୁଛି ତାହା ଆନ୍ଦୋଳନକାରୀଙ୍କ ମାଟି । ଏଠାରୁ ବାବୁ ବୀର କୁବେର ସିଂ ଓ ଲକ୍ଷ୍ମୀବାଇ ମୋର ଆଦର୍ଶ । ସେମାନେ ଯଦି ପରାଜୟକୁ ସ୍ୱୀକାର କରି ନ ଥିଲେ ମୁଁ କାହିଁକି କରିବି ।

Share