Categories: ଜାତୀୟ

ଭାଜପାକୁ ଆଇନା ଦେଖାଇଲା ଜେଡିୟୁ

ପାଟନା,୩।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ପରେ ଏବେ ରାଜ୍ୟରେ ରାଜନୀତି ହୋଇଛି ସରଗରମ। ଅମିତ ଶାହା ଜେଡିୟୁ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ଏବେ ଏହାର ପାଲଟା ଜବାବ ଦେଇଛି ଜେଡିୟୁ। ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ସୋମବାର ପ୍ରେସ କନଫରେନ୍ସ କରିଛନ୍ତି। ଏହି ସମୟରେ ସେ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଜେଡିୟୁ ସହ ମେଣ୍ଟ କରିବା ପାଇଁ ଅମିତ ଶାହାଙ୍କ ପାଖକୁ କିଏ କ’ଣ ଆବେଦନ ନେଇ ଯାଇଥିଲେ କି। ଜେଡିୟୁ ସହ ମେଣ୍ଟ ହେବ ନାହିଁ, ଜେଡିୟୁ ପାଇଁ ଦ୍ୱାର ବନ୍ଦ। ଅମିତ ଶାହା ଏମିତି ବାରମ୍ବାର କହିବା ଦ୍ୱାରା ଏହା ସ୍ପଷ୍ଟ ହେଉଛି କି ନୀତୀଶ କୁମାରଙ୍କ ବିନା କାମ ହେବ ନାହିଁ। ବିହାରରେ ଦଙ୍ଗା କରିବାକୁ ଚେଷ୍ଟା କରାଯାଇଥିଲା ହେଲେ ଏହାକୁ ରୋକି ଦିଆଗଲା।
ମନ୍ତ୍ରୀ ବିଜୟ  କହିଛନ୍ତି, ବିହାରକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସିଥିଲେ। ଯଦି ମାନବିକତା ଥାଆନ୍ତା ତେବେ ଶାନ୍ତି ପାଇଁ ଅପିଲ କରିଥାଆନ୍ତେ। ଗୋଟିଏ ଥର ବି ସେ ଏହା କହି ନାହାନ୍ତି। ବିହାରରେ ଦଙ୍ଗା ହୋଇପାରିଲା ନାହିଁ କାରଣ ବିହାର ସରକାରରେ ଜିରୋ ଟଲରାନ୍ସ ନୀତି ରହିଛି। ବିହାର ନୀତୀଶ ମଡେଲରେ ଚାଲୁଛି। ଏଠାରେ  ଭାଇଚାରା ରହିଛି। ଅମିତ ଶାହା ଭୁଲ ଭାଷା ପ୍ରୟୋଗ କରିଛନ୍ତି। ସେ କହିଛନ୍ତି, ଓଲଟା ଲଟକାଇ ଦେବେ, ସିଧା କରିଦେବେ। ଅମିତ ଶାହା ବାଉଳା ଚାଉଳା ହୋଇ କଥା କହୁଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ସେ ରାଜନୈତିକ ରୁଟି ସେକୁଛନ୍ତି।

Share