Categories: ଜାତୀୟ

ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା,୨୯।୩: ବିହାରର ରାଜଧାନୀ ପାଟନାରେ ଶାସକ ଦଳର ଜେଡିୟୁ ନେତା ତଥା ଦାନାପୁର ମ୍ୟୁନିସିପାଲିଟି କାଉନସିଲର ଉପାଧ୍ୟକ୍ଷ ଦୀପକ କୁମାର ମେହେଟ୍ଟାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସେ ଦାନାପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ତାଙ୍କୁ ଧମକ ମଧ୍ୟ ଦିଆଯାଉଥିଲା। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ପାଞ୍ଚଟି ଗୁଳି ଚଳାଇଥିଲେ। ଏହି ମାମଲାରେ ମୃତକଙ୍କ ସମ୍ପର୍କୀୟମାନେ ସ୍ଥାନୀୟ ଅପରାଧୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଏଥି ସହିତ, ଏହି ଘଟଣା ପରେ ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା ଦୀପକ ମେହେଟ୍ଟାଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି।

Share