Categories: ଫୁରସତ

ବିହାର ନିର୍ବାଚନ ଆଗରୁ ଚର୍ଚ୍ଚାରେ ଏହି ନେତ୍ରୀ: ପ୍ରଚାର ବେଳେ ପିନ୍ଧୁଛନ୍ତି ମାସ୍କରୁ ଆରମ୍ଭ କରି ଚପଲ ପର୍ଯ୍ୟନ୍ତ ମ୍ୟାଚିଂ; ପଚାରିଲେ..

ପାଟଣା: ଆସୁଛି ବିହାର ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହେବାରେ ଲାଗିଲାଣି। ମହାମାରୀ କରୋନା ଏବେ ବି ଥିବାରୁ ସତର୍କତାର ସହ ପ୍ରଚାର କ୍ଷେତ୍ରକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ଚର୍ଚ୍ଚାରେ ରହିଛନ୍ତି ପ୍ଲୁରାଲ୍ସ ପାର୍ଟିର ପ୍ରତିଷ୍ଠାତା ତଥା ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର କହୁଥିବା ପୁଷ୍ପମ ପ୍ରିୟା ଚୌଧୁରୀ।

ନିର୍ବାଚନ ପ୍ରଚାରରେ ପୁଷ୍ପମଙ୍କର ଲୁକ୍‌ ଚର୍ଚ୍ଚାରେ ରହିଛି। ସେ ସବୁବେଳେ କଳା ରଙ୍ଗର ପୋଷାକରେ ନଜର ଆସୁଛନ୍ତି। କଳା ରଙ୍ଗର ମାସ୍କ ସାଙ୍ଗକୁ ଚପଲ, ଘଣ୍ଟା, ମୋବାଇଲ ଆଦି ସମାନ ରଙ୍ଗର ରହିଛି। ତେବେ ଖବରଦାତାମାନେ ତାଙ୍କୁ ଏହା ପଛର କାରଣ ପଚାରିବାରେ ସେ କହିଥିଲେ, ଏହାର ଉତ୍ତର ନାହିଁ। ଆପଣ ପ୍ରଥମେ କୁହନ୍ତୁ ରାଜନେତାମାନେ କାହିଁକି ଧଳା ରଙ୍ଗର ପୋଷାକ କାହିଁକି ପିନ୍ଧନ୍ତି। ତାଙ୍କ ମତରେ ନେତାଙ୍କ ପାଇଁ କୌଣସି ଡ୍ରେସ୍‌ କୋର୍ଡ ରହିବା ଅନାବଶ୍ୟକ। ଯାହାକୁ ଯାହା ପସନ୍ଦ ସେ ତାହା ପିନ୍ଧିବା ଉଚିତ ବୋଲି ପୁଷ୍ପମ କହିଛନ୍ତି।

କହିରଖୁଚୁ, ପୁଷ୍ପମ ଜନତା ଦଳ(ୟୁନାଇଟେଡ୍‌)ର ନେତା ଏବଂ ବିଧାନପରିଷଦର ସଦସ୍ୟ ରହିଥିବା ବିନୋଦ ଚୌଧୁରୀଙ୍କ ଝିଅ। ସେ ଦରଭଙ୍ଗାରେ ରହୁଛନ୍ତି। ଲଣ୍ଡନରୁ ସେ ନିଜର ମାଷ୍ଟର ଡିଗ୍ରୀ ପଢ଼ା ସାରିଛନ୍ତି। ଏବେ ସେ ପ୍ଲୁରାଲ୍ସ ଦଳର ସେ ଅଧ୍ୟକ୍ଷ ଅଛନ୍ତି।

Share