Categories: ଜାତୀୟ

ଭାଜପାକୁ ସମର୍ଥନ ଜଣାଇଲେ ୬ ଜେଡିୟୁ ବିଧାୟକ

ନୂଆଦିଲ୍ଲୀ,୧୨।୩: ମଣିପୁର ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ୬ ବିଧାୟକ ଏହାକୁ ସମର୍ଥନ ଜଣାଇଛନ୍ତି। ମଣିପୁର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଭାଜପା ସରକାରକୁ ସମର୍ଥନ ଦେବାକୁ ଜେଡିୟୁ ନିଷ୍ପତ୍ତି ନେଇଥିବା କହିଛି। ୬ ନବନିର୍ବାଚିତ ଜେଡିୟୁ ବିଧାୟକ ଖୁମୁକ୍‌ଚାମ ଜୟକିଷାନ ସିଂଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ଭାଜପା ୩୨ ଆସନରେ ବିଜୟୀ ହୋଇଛି।

Share