Posted inଜାତୀୟ

ବିହାରର ରୁପୌଲି ଆସନରେ ଜେଡିୟୁ ଆଗରେ, କମଳନାଥଙ୍କ ଗଡ଼ରେ ଭାଜପା ଅଗାରେ

ନୂଆଦିଲ୍ଲୀ,୧୩।୭: ଦେଶର ସାତୋଟି ରାଜ୍ୟରେ ୧୩ ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ଆଜି ଅର୍ଥାତ୍‌ ଶନିବାର ଆସିବାକୁ ଯାଉଛି। ଏବେ ଦେଖିବାକୁ ବାକି ରହିଲା ଉପ-ନିର୍ବାଚନର କିଏ ବାଜି ମାରୁଛି। ଇଣ୍ଡିଆ ସହଯୋଗୀ ଦଳ ନା ଭାଜପା ନେତୃତ୍ୱ ନେଇଥିବା ଏନଡିଏ ମିଳିତ ମଞ୍ଚ। ଫଳାଫଳ ପରେ ଏହା ଜଣା ପଡିବ। ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇଛି।
ଶନିବାର ସକାଳେ ଆରମ୍ଭ ହୋଇଛି କିଛି ରାଜ୍ୟରେ ହୋଇଥିବା ଉପ ନିର୍ବାଚନର କାଉଣ୍ଟିଂ। ପଶ୍ଚିମବଙ୍ଗର ଚାରୋଟି ବିଧାନସଭା ଆସନ, ଦୁଇଟି ଉତ୍ତରାଖଣ୍ଡରେ, ଗୋଟିଏ ପଞ୍ଜାବରେ, ହିମାଚଳ ପ୍ରଦେଶରେ ତିନୋଟି, ବିହାରରେ ଗୋଟିଏ, ତାମିଲନାଡୁରେ ଏବଂ ମଧ୍ୟପ୍ରଦେଶରେ ଗୋଟିଏ ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପଶ୍ଚିମବଙ୍ଗର ରାଇଗଞ୍ଜ, ରଣାଗତ ଦକ୍ଷିଣ, ବାଗଡା ଏବଂ ମାଣିକଟାଲା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ପଞ୍ଜାବର ଜଲନ୍ଧର ପଶ୍ଚିମ ଆସନରେ ମଧ୍ୟ ଭୋଟ ଦିଆଯାଇଥିଲା। ସେହିଭଳି ହିମାଚଳ ପ୍ରଦେଶର ଦେହରା, ହମିରପୁର ଏବଂ ନାଲାଗଡ ଆସନରେ ମତଦାନ ହୋଇଥିଲା। ବିହାରର ରୁପୌଲି, ତାମିଲନାଡୁର ବିକ୍ରାଭାଣ୍ଡି ଏବଂ ମଧ୍ୟପ୍ରଦେଶର ଅମରୱାଡା ଆସନରେ ମତଦାନ କରାଯାଇଥିଲା।
ଏହିସବୁ ଫଳାଫଳ ଭିତରେ ବିହାରର ରୁପୌଲି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଜେଡିୟୁ ପ୍ରାର୍ଥୀ କାଲାଧର ପ୍ରସାଦ ମଣ୍ଡଳ ଏଠାରେ ଆଗରେ ଚାଲୁଛନ୍ତି। ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶଙ୍କର ସିଂ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏଠାରୁ ପୂର୍ବତନ ବିଧାୟକ ବିମା ଭାରତୀ ୪୨୦୦ ଭୋଟ ପଛରେ ଅଛନ୍ତି।
ମଧ୍ୟପ୍ରଦେଶର ଅମରୱାଡା ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥଙ୍କ ଗଡ଼ ଭାବରେ ବିବେଚିତ ହୋଇଥିବା ଭିଣ୍ଡୱାରାରେ ଅମରୱାଡା ବିଧାନସଭା ଉପସ୍ଥିତ। ଏଠାରେ ଭାଜପା ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ରାଜା କମଲେଶ ପ୍ରତାପ ଶାହା ୧୭୬୧ ଭୋଟରେ ଆଗରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri