Categories: ଫୁରସତ

ଟ୍ରାକ୍‌ରେ ଟ୍ରେନ୍‌ଠୁ ବି ତୀବ୍ର ବେଗରେ ଗତି କରୁଛି ଜେସିବି, ଭିଡିଓ ଦେଖିଲେ…

ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ କିଛି ଭାଇରାଲ ହେଉଛି।  ଲୋକ ଭାଇରାଲ ହେବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଯଦିଓ କେତେକ ଏଥିରେ ସଫଳତା ପାଆନ୍ତି, ଆଉ କେତେକ ନିରାଶ ବି ହୁଅନ୍ତି। ନିକଟରେ ଜେସିବିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭାଇରାଲ ଭିଡିଓରେ ଏକ ଜେସିବି ରେଲଓ୍ବେ ଟ୍ରାକ୍‌ରେ ତୀବ୍ର ବେଗରେ ଗତି କରୁଥିବା ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଜେସିବି ପାଖରେ ଥିବା ଟ୍ରାକ୍‌ରେ ଏକ ଟ୍ରେନ୍‌ ଚାଲୁଛି। ଟ୍ରେନ୍‌ର ଗତି ଯେତିକି ତା’ଠୁ ବେଶି ଗତିରେ ଜେସିବି ଚାଲୁଛି।

କାରଣ ଭିଡିଓରେ ଜେସିବି ଟ୍ରେନ୍‌କୁ ଅତିକ୍ରମ କରିଛି। ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ @railwayjasoosରେ ଶେୟାର କରାଯାଇଛି। ଭିଡିଓରେ ଲୋକମାନେ ନାନା କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା କ’ଣ ଥିଲା? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏଠାରେ ସମାନ ଘଟଣା ଘଟେ। ଆଉ ଜଣେ ଲେଖିଛନ୍ତି, ଡ୍ରାଇଭରଙ୍କୁ ଭାରତରତ୍ନ ଦିଆଯିବା ଉଚିତ୍‌।

Share