ସ୍ବର୍ଣ୍ଣ ପଦକ ଜିତିଲା ଜୟଶ୍ରୀ କରମେଟ ସ୍କୁଲ, ଅନ୍ତର୍ଜାତୀୟ କବାଡି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଶିବ ପ୍ରସାଦ

ଗଞ୍ଜାମ, ୮।୧୦(ବିଦ୍ୟାଧର ସାହୁ ): ଉତ୍ତରାଖଣ୍ଡ ହରିଦ୍ୱାରଠାରେ ଅନୁଷ୍ଠିତ ନ୍ୟାଶନାଲ କବାଡି ପ୍ରତିଯୋଗିତାରେ ଗଞ୍ଜାମର ଜୟଶ୍ରୀ କେମିକାଲସ ସ୍କୁଲକୁ ମିଳିଛି ସ୍ବର୍ଣ୍ଣ ପଦକ । ଗତ ମାସ ୨୭ ରେ ନ୍ୟାଶନାଲ ଖେଳିବାକୁ ଓଡ଼ିଶାରୁ ୨୭ ଜଣ ଉତ୍ତରାଖଣ୍ଡ ଗ୍ରସ୍ତ କରିଥିଲେ । ସେଥିମଧ୍ୟରୁ ଗଞ୍ଜାମ ଜିଲାର ୧୩ ଜଣ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ୧୨ ରାଜ୍ୟ ଭାଗ ନେଇଥିବା ବେଳେ ଓଡ଼ିଶାର ଗଞ୍ଜାମ ଜିଲା ଓ ସହର ସ୍ଥିତ ଜୟଶ୍ରୀ କରମେଟ ସ୍କୁଲ ଛାତ୍ରମାନେ ବାଜିମାତ୍‌ କରି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିଛନ୍ତି । ସ୍ବର୍ଣ୍ଣ ପଦକ ଜିତିବା ପରେ କମ୍ପାନୀ ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା, ଏଚଆର ହେଡ଼ ତଥା ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକଙ୍କ ସମେତ କରମେଟ ସ୍କୁଲ କ୍ରୀଡା ଶିକ୍ଷକ ସୁନିଲ କୁମାର ଦାସ ଶୁଭେଚ୍ଛା ଜଣାଇଛନ୍ତି । କବାଡିରେ ସ୍ବର୍ଣ୍ଣ ପଦକ ଜିତି ଥିବା ୧୩ ଜଣଙ୍କ ମଧ୍ୟରୁ ୧୪ ବର୍ଷ ବାଳକ ବିଭାଗରୁ ଶିବ ପ୍ରସାଦ ଜେନା ଏସଜିଏଫଆଇରେ ଉତ୍ତୀର୍ଣ୍ଣ ହୋଇ ଆନ୍ତର୍ଜାତୀୟ ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ସୁଯୋଗ ସୃଷ୍ଟି ହେବା ସହ ଇଣ୍ଟରନ୍ୟାଶନାଲ କବାଡି ପ୍ରତିଯୋଗିତାରେ ଓଡ଼ିଶାର ଏକ ମାତ୍ର ଶିବ ପ୍ରସାଦ ମନୋନୀତ ହୋଇଥିବା ଜଣାପଡିଛି । ଶିବ ପ୍ରସାଦ ଜେନା ହେଉଛନ୍ତି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମର ବଟେଶ୍ୱର ଜେନା ଓ ବିଷ୍ଣୁପ୍ରିୟା ଜେନାଙ୍କ ଏକମାତ୍ର ପୁଅ ଓ ସେ ଜୟଶ୍ରୀ କରମେଟ ସ୍କୁଲର ନବମ ଶ୍ରେଣୀରେ ପଢୁଛନ୍ତି । ପୂର୍ବରୁ ଶିବ ପ୍ରସାଦ ପ୍ରଥମେ ସ୍କୁଲ ତରଫରୁ ସ୍ୟାଣ୍ଡ ଭିନସନରେ ଅନୁଷ୍ଠିତ ଟାଇକୋଣ୍ଡ ପ୍ରତିଯୋଗିତାରେ ଗୋଲଡ଼ ମେଡାଲ ହାସଲ କରିଥିବା ବେଳେ ପୁରୁଷୋତ୍ତମପୁରରେ ଗୋଲଡ଼ ଓ ପୁରୀରେ ଏକ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦୁଝରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଟାଇକୋଣ୍ଡରେ ସ୍ବର୍ଣ୍ଣ ଜିତି ଓଡ଼ିଶା ତଥା ଜିଲା ପାଇଁ ଗୌରବ ଆଣିଥିଲେ।

 

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri