ସ୍ବର୍ଣ୍ଣ ପଦକ ଜିତିଲା ଜୟଶ୍ରୀ କରମେଟ ସ୍କୁଲ, ଅନ୍ତର୍ଜାତୀୟ କବାଡି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଶିବ ପ୍ରସାଦ

ଗଞ୍ଜାମ, ୮।୧୦(ବିଦ୍ୟାଧର ସାହୁ ): ଉତ୍ତରାଖଣ୍ଡ ହରିଦ୍ୱାରଠାରେ ଅନୁଷ୍ଠିତ ନ୍ୟାଶନାଲ କବାଡି ପ୍ରତିଯୋଗିତାରେ ଗଞ୍ଜାମର ଜୟଶ୍ରୀ କେମିକାଲସ ସ୍କୁଲକୁ ମିଳିଛି ସ୍ବର୍ଣ୍ଣ ପଦକ । ଗତ ମାସ ୨୭ ରେ ନ୍ୟାଶନାଲ ଖେଳିବାକୁ ଓଡ଼ିଶାରୁ ୨୭ ଜଣ ଉତ୍ତରାଖଣ୍ଡ ଗ୍ରସ୍ତ କରିଥିଲେ । ସେଥିମଧ୍ୟରୁ ଗଞ୍ଜାମ ଜିଲାର ୧୩ ଜଣ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ୧୨ ରାଜ୍ୟ ଭାଗ ନେଇଥିବା ବେଳେ ଓଡ଼ିଶାର ଗଞ୍ଜାମ ଜିଲା ଓ ସହର ସ୍ଥିତ ଜୟଶ୍ରୀ କରମେଟ ସ୍କୁଲ ଛାତ୍ରମାନେ ବାଜିମାତ୍‌ କରି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିଛନ୍ତି । ସ୍ବର୍ଣ୍ଣ ପଦକ ଜିତିବା ପରେ କମ୍ପାନୀ ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା, ଏଚଆର ହେଡ଼ ତଥା ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକଙ୍କ ସମେତ କରମେଟ ସ୍କୁଲ କ୍ରୀଡା ଶିକ୍ଷକ ସୁନିଲ କୁମାର ଦାସ ଶୁଭେଚ୍ଛା ଜଣାଇଛନ୍ତି । କବାଡିରେ ସ୍ବର୍ଣ୍ଣ ପଦକ ଜିତି ଥିବା ୧୩ ଜଣଙ୍କ ମଧ୍ୟରୁ ୧୪ ବର୍ଷ ବାଳକ ବିଭାଗରୁ ଶିବ ପ୍ରସାଦ ଜେନା ଏସଜିଏଫଆଇରେ ଉତ୍ତୀର୍ଣ୍ଣ ହୋଇ ଆନ୍ତର୍ଜାତୀୟ ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ସୁଯୋଗ ସୃଷ୍ଟି ହେବା ସହ ଇଣ୍ଟରନ୍ୟାଶନାଲ କବାଡି ପ୍ରତିଯୋଗିତାରେ ଓଡ଼ିଶାର ଏକ ମାତ୍ର ଶିବ ପ୍ରସାଦ ମନୋନୀତ ହୋଇଥିବା ଜଣାପଡିଛି । ଶିବ ପ୍ରସାଦ ଜେନା ହେଉଛନ୍ତି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମର ବଟେଶ୍ୱର ଜେନା ଓ ବିଷ୍ଣୁପ୍ରିୟା ଜେନାଙ୍କ ଏକମାତ୍ର ପୁଅ ଓ ସେ ଜୟଶ୍ରୀ କରମେଟ ସ୍କୁଲର ନବମ ଶ୍ରେଣୀରେ ପଢୁଛନ୍ତି । ପୂର୍ବରୁ ଶିବ ପ୍ରସାଦ ପ୍ରଥମେ ସ୍କୁଲ ତରଫରୁ ସ୍ୟାଣ୍ଡ ଭିନସନରେ ଅନୁଷ୍ଠିତ ଟାଇକୋଣ୍ଡ ପ୍ରତିଯୋଗିତାରେ ଗୋଲଡ଼ ମେଡାଲ ହାସଲ କରିଥିବା ବେଳେ ପୁରୁଷୋତ୍ତମପୁରରେ ଗୋଲଡ଼ ଓ ପୁରୀରେ ଏକ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦୁଝରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଟାଇକୋଣ୍ଡରେ ସ୍ବର୍ଣ୍ଣ ଜିତି ଓଡ଼ିଶା ତଥା ଜିଲା ପାଇଁ ଗୌରବ ଆଣିଥିଲେ।

 

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri