କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୟନ୍ତ

ପୁରୀ ଅଫିସ,୨୫।୮:  ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ଜଟିଳ ହୋଇପଡୁଛି। ଏହି ଧର୍ମଶାଳାର ଜମି ବିକ୍ରିକୁ ଭାଜପା, କଂଗ୍ରେସ ଏବଂ ସିପିଆଇ(ଏମ୍‌) ପକ୍ଷରୁ ବିରୋଧ, ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି। ସୋମବାର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ପୁରୀ ଜିଲାପାଳଙ୍କ ବେଆଇନ କାମ ଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ବିଧାୟକ ଷଡ଼ଙ୍ଗୀ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଛନ୍ତି।
ବିଧାୟକ ଷଡ଼ଙ୍ଗୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ୧୯୦୪ ମସିହାରେ ବଳଗଣ୍ଡି ମୌଜାର ୨ ଏକର ୫୭୪ ଡେସିମିଲ ଜମିରେ ବାବୁ କହ୍ନେୟାଲାଲ ବଗଲା ଏକ ଧର୍ମଶାଳା ତିଆରି କରିଥିଲେ। ପୁରୀ ଆସୁଥିବା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଭକ୍ତମାନେ ଯେପରି କମ୍‌ ଅର୍ଥରେ ଏଠାରେ ସୁବିଧାରେ ରହିପାରିବେ ସେଥିପାଇଁ ୧୯୦୫ରେ ସେ ଏହି ଧର୍ମଶାଳାକୁ ପୁରୀ ଜିଲାପାଳ ତଥା ଲଜିଂ ହାଉସ୍‌ ଫଣ୍ଡ କମିଟି ସଭାପତିଙ୍କୁ ହସ୍ତାନ୍ତର କରିଥିଲେ। ଫଳରେ ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ତୀର୍ଥଯାତ୍ରୀ, ଭକ୍ତ ଏହାଦ୍ୱାରା ଉପକୃତ ହେଉଥିଲେ। ମାତ୍ର ୨୦୧୮ରେ ରାଜ୍ୟ ସରକାର ଓଡ଼ିଶା ପ୍ଲେସେସ୍‌ ଅଫ୍‌ ପିଲିଗ୍ରିମେଜ୍‌ ଆଇନ ୧୯୨୦କୁ ଉଚ୍ଛେଦ କରିବା ସହ ଲଜିଂ ହାଉସ୍‌ ଫଣ୍ଡ କମିଟିକୁ ଭାଙ୍ଗି ଦେଇଥିଲେ। ବଗଲା ଧର୍ମଶାଳାର ପୁନରୁଦ୍ଧାର କାମ ଚାଲିଥିବାବେଳେ ଏହାକୁ ହଠାତ୍‌ ବନ୍ଦ କରି ଦିଆଯାଇଥିଲା। ଚଞ୍ଚକତା କରାଯାଇ ବଗଲା ଜମିକୁ ଏବେ ବେଆଇନ ଭାବେ ବିକ୍ରି କରାଯାଇଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଏହା ଆଇନ ଶୃଙ୍ଖଳା ପରିସ୍ଥିତିର କାରଣ ହୋଇପାରେ। ତେଣୁ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଜୟନ୍ତ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ଭାଜପା ପକ୍ଷରୁ ଗତ ତିନିଦିନ ଭଳି ସୋମବାର ମଧ୍ୟ ବଗଲା ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଇଥିଲା। ବଗଲା ଜମିର ଯେଉଁ ବିକ୍ରି କବଲା କରାଯାଇଛି ତାହାକୁ ରଦ୍ଦ କରାଯାଉ। ବଗଲା ଧର୍ମଶାଳାର ପୁନରୁଦ୍ଧାର କରାଯାଇ ଗରିବ ଭକ୍ତଙ୍କ ରହଣି ସୁବିଧା ହେଉ ବୋଲି ଭାଜପା ଦାବି କରିଛି। ବିଧାୟକ ଷଡ଼ଙ୍ଗୀଙ୍କ ସହ ଭାଜପାର ପୂର୍ବତନ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ବିଜୟ ପ୍ରଧାନ, ସୋମନାଥ ଦାସ, ସୌମ୍ୟା ମିଶ୍ର, ଅନୀତା ପଟ୍ଟନାୟକ, ଅଜିତ ସାମନ୍ତରାୟ, ବିଶ୍ୱଜିତ ମହାନ୍ତି, ପ୍ରଦୀପ ପରିଡ଼ା ପ୍ରମୁଖ ଏହି ଧାରଣାରେ ସାମିଲ ଥିଲେ। ମଙ୍ଗଳବାର ଯୁବ କଂଗ୍ରେସ ପକ୍ଷରୁ ବଗଲା ଧର୍ମଶାଳା ଆଗରେ ପ୍ରତିବାଦ ସଭା କରାଯିବ। ସେହିପରି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri