ତଦନ୍ତ ନବଙ୍କ ପରିବାର ସପକ୍ଷରେ ନା ଗୋପାଳଙ୍କୁ ପାଗଳ ସଜାଇବାକୁ

ଭୁବନେଶ୍ବର, ୨୭ା୨(ବ୍ୟୁରୋ):ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଶାସକ ଦଳ ପକ୍ଷରୁ ବିରୋଧୀ ଦଳ ପ୍ରତି ଆକ୍ଷେପ କରାଯାଉଥିବା ଦେଖାଯାଉଛି। ବିଜେଡି ନେତା, ବିଧାୟକ ଓ କାର୍ଯ୍ୟକର୍ତ୍ତାମାନେ ବିରୋଧୀଙ୍କ ବିପକ୍ଷରେ ଯେଉଁ ପ୍ରତିକ୍ରିୟା ରଖୁଛନ୍ତି ତାହାକୁ ଅନୁଶୀଳନ କଲେ ଶାସକ ବିଜେଡି ନବ ଦାସଙ୍କ ପରିବାର ସପକ୍ଷରେ ତଦନ୍ତ କରୁଛନ୍ତି ନା ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇ ଖସାଇ ଦେବାକୁ ଚାହୁଁଛନ୍ତି, ସେନେଇ ଭାଜପା ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରଶ୍ନ କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଲଢେଇ ଜାରି ରହିବ।
ଭାଜପା ରାଜ୍ୟ କାର୍ଯ୍ୟାଳୟ ଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମନୋଜ କହିଛନ୍ତି, ଅଭିଯୁକ୍ତ ଗୋପାଳ ଦାସ ମାନସିକ ରୋଗରେ ପୀଡିତ ଥିବା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତାହାଲେ ମାନସିକ ରୋଗରେ ପୀଡିତ ଥିବା ପୋଲିସ ଅଧିକାରୀ ଭଲ ତଦନ୍ତ କିପରି କରିବା ସହ ପୁରସ୍କୃତ ହୋଇଥିଲେ। ଅଭିଯୁକ୍ତର ୨୮ ବର୍ଷର ଚାକିରି କାଳରେ ସେ ଏଏସଆଇ ପଦୋନ୍ନତି ପାଇ ଝାରସୁଗୁଡା ବଦଳି ହୋଇଥିଲେ। ସେଠାରେ ଦୀର୍ଘ ୧୨ରୁ ୧୪ ବର୍ଷ ରହିଥିବା ସତ୍ୟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଝାରସୁଗୁଡାରେ ଥିବାବେଳେ ଏସ୍‌ଆଇ ପଦୋନ୍ନତିକୁ ଅଗ୍ରାହ୍ୟ କରିଥିବା କଥାରେ କେତେଦୂର ସତ୍ୟତା ଅଛି । ଝାରସୁଗୁଡା ଜିଲାର ବହୁ କୋଇଲା ବ୍ୟବସାୟୀ ଓ କମ୍ପାନୀର ଏଜେଣ୍ଟ ଭାବେ କ୍ଷମତାରେ ଥିବା ରାଜନେତା ଓ ଅଫିସରଙ୍କୁ ଅର୍ଥ ଆଣି ଗୋପାଳ ଦେଉଥିଲେ କି? ଏସବୁ ଦିଗରେ କ୍ରାଇମବ୍ରାଞ୍ଚ କାହିଁକି ତଦନ୍ତ କରୁନାହଁି ବୋଲି ମନୋଜ ପ୍ରଶ୍ନ କରିଛନ୍ତି। ଜୟନାରାଣ କହିଛନ୍ତି, ନବ ଦାସଙ୍କ ହତ୍ୟାର ରହସ୍ୟ ଖୋଲା ନ ହେବା ପର୍ଯ୍ୟନ୍ତ ଭାଜପା ଚୁପ୍‌ ବସିବନାହିଁ। ବିଧାନସଭାରୁ ରାସ୍ତାକୁ ଯିବ। ଚାଷୀଙ୍କ ସମସ୍ୟାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ନେଇ ମଧ୍ୟ ସରକାରଙ୍କୁ ଘେରିବ ଦଳ। ସଂଖ୍ୟାଗରିଷ୍ଠତା ବଳରେ ବିଧାନସଭାରେ ସରକାର ବିରୋଧୀଙ୍କୁ ଚପାଇ ଦେଉଛନ୍ତି। ଏହି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri