Categories: ଜାତୀୟ

ଜୟଲଳିତାଙ୍କ ମୃତ୍ୟୁ ରିପୋର୍ଟ: ଶଶିକଳାଙ୍କ ସମେତ ଡାକ୍ତର-ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ ତଦନ୍ତ ଦାବି…

ଚେନ୍ନାଇ,୧୮।୧୦ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଗଠିତ ଅରୁମୁଗାସାମି କମିଟି ମଙ୍ଗଳବାର ବିଧାନସଭାରେ ଏହାର ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟରେ କମିଟି ଶଶିକଳାଙ୍କ ସମେତ ଜୟଲଳିତାଙ୍କ ଡାକ୍ତର କେ.ଏସ ଶିବକୁମାର, ତତ୍କାଳୀନ ସ୍ବାସ୍ଥ୍ୟ ସଚିବ ଜେ. ରାଧାକୃଷ୍ଣନ ଏବଂ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସି . ବିଜୟଭାସ୍କରଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଏହି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରାଯାଇଛି।

Share