୩୫ ବର୍ଷ ପୂର୍ବେ ୩ ପିଲାର ବାପାଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ସ୍ତ୍ରୀର ମାନ୍ୟତା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଇତିମଧ୍ୟରେ ୫୯ ବର୍ଷ ହୋଇଛି। ୩ ଏପ୍ରିଲ, ୧୯୬୨ରେ ଆନ୍ଧ୍ରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ ସାଙ୍ଗକୁ ସେ ସାଉଥ୍‌ର ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତେବେ ଜୟାଙ୍କ ଜୀବନ ଅନେକ ରହସ୍ୟରେ ପରିପୂର୍ଣ୍ଣ। ନିଜ ଜୀବନୀ ବିଷୟରେ ଏକ ସାକ୍ଷାତ୍‌କାରରେ ସେ ବିଶଦ ଭାବେ କହିଥିଲେ। ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଜୟାଙ୍କୁ ଏବେ ବଡ଼ ପରଦାରେ ଖୁବ୍‌ କମ୍‌ ଦେଖିବାକୁ ମିଳୁଛି। ଅନେକ ଦିନ ହେବ ସେ ଅଭିନୟଠାରୁ ଦୂରେଇ ଯାଇଥିବା ବେଳେ ରାଜନୀତିରେ ସକ୍ରିୟ ଅଛନ୍ତି।
ଯେତେବେଳେ ଜୟା ମାତ୍ର ୧୪ ବର୍ଷର ହୋଇଥିଲେ, ସ୍କୁଲରେ ଏକ ବାର୍ଷିକ ଉତ୍ସବରେ ତାଙ୍କର ନୃତ୍ୟ ଦେଖି ଜଣେ ନିର୍ଦ୍ଦେଶକ ତାଙ୍କୁ ତେଲୁଗୁ ଫିଲ୍ମରେ ଡ୍ୟାନ୍ସ ପାଇଁ ଅଫର ଦେଇଥିଲେ। ଫିଲ୍ମରେ ୩-୪ ମିନିଟର ଏହି ନୃତ୍ୟ ପାଇଁ ତାଙ୍କୁ ସେହି ସମୟରେ ପାରିଶ୍ରମିକ ୧୦ ଟଙ୍କା ମିଳିଥିଲା। କିନ୍ତୁ ଜୟାଙ୍କ ସେହି ନୃତ୍ୟ ତାଙ୍କୁ ଲୋକପ୍ରିୟ କରିଦେଇଥିଲା। ଏହା ପରେ ତାଙ୍କ ନିକଟରେ ଫିଲ୍ମର ଅଫର ଆସିବାକୁ ଲାଗିଲା।
୧୭ ବର୍ଷ ବୟସରେ ତାଙ୍କୁ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଗଲା। ୧୯୭୯ରେ ଫିଲ୍ମ ‘ସରଗମ୍‌’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ମାତ୍ର ୮୦ ଦଶକରେ ସେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ହୋଇସାରିଥିଲେ। ଏଣୁ ସମସ୍ତ ନିର୍ମାତା, ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହିଁଲେ। ଏହି ସମୟରେ ତାଙ୍କ ଘରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍‌ ହୋଇଥିଲା। ଏହାପରଠାରୁ ତାଙ୍କର କ୍ୟାରିୟର ଗ୍ରାଫ୍‌ ଧୀରେ ଧୀରେ ଖସିବାକୁ ଲାଗିଲା। ଏହାରି ମଧ୍ୟରେ ସେ ପ୍ରଯୋଜକ ଶ୍ରୀକାନ୍ତ ନହଟାଙ୍କ ନିକଟତର ହୋଇଥିଲେ। ଉଭୟ ବିବାହ କରିବାକୁ ମଧ୍ୟ ଚାହଁୁଥିଲେ, ମାତ୍ର ସବୁଠାରୁ ବଡ଼ ସମସ୍ୟା ଥିଲା ନହଟା ପୂର୍ବରୁ ବିବାହିତ ଥିଲେ ଏବଂ ସେ ୩ ସନ୍ତାନର ବାପା ଥିଲେ। ଶେଷରେ ନହଟା ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ୧୯୮୬ରେ ଜୟାଙ୍କୁ ବିବାହ କଲେ। ମାତ୍ର ନହଟାଙ୍କ ପ୍ରଥମ ସ୍ତ୍ରୀ ଏ ନେଇ କେବେହେଲେ ବିରୋଧ କଲେ ନାହିଁ। ଜୟାଙ୍କ ବିବାହ ପରେ ତାଙ୍କର ଫିଲ୍ମ କ୍ୟାରିୟର ଶେଷ ହେବାକୁ ଲାଗିଲା। ତାଙ୍କର ବୈବାହିକ ଜୀବନ ମଧ୍ୟ ସେତେଟା ଭଲ ରହିଲା ନାହିଁ। କାରଣ ନହଟା ପ୍ରଥମ ସ୍ତ୍ରୀ ଏବଂ ୩ ପିଲାଙ୍କୁ ଏକାକୀ ଛାଡିବାକୁ ଚାହୁଁ ନ ଥିଲେ। ଏଣୁ ଜୟାଙ୍କୁ ସ୍ତ୍ରୀର ମାନ୍ୟତା ମିଳିଲା ନାହିଁ। ଜୟାଙ୍କର ଜନ୍ମିତ ସନ୍ତାନ ନାହାନ୍ତି। ସେ ନିଜ ଭଉଣୀର ପୁଅ ସିଦ୍ଧୁଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି। ଏବେ ସେ ସିଦ୍ଧୁଙ୍କ ସହ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri