ଏହି ସର୍ତ୍ତରେ ଅମିତାଭ ବଚ୍ଚନଙ୍କୁ ବିବାହ କରିଥିଲେ ଜୟା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ହିନ୍ଦୀ ସିନେମାର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଜୟା ବଚ୍ଚନ। ସତ୍ୟଜିତ୍‌ ରାୟ ଏବଂ ହୃଷିକେଶ ମୁଖାର୍ଜୀଙ୍କ ପରି ନିର୍ମାତା ଏବଂ ନିର୍ଦ୍ଦେଶକମାନେ ତାଙ୍କ ପ୍ରତିଭାକୁ ଦୂରରୁ ଚିହ୍ନିଥିଲେ। ସେ ଚଳଚ୍ଚିତ୍ର ସହିତ ରାଜନୀତିରେ ସମାନ ନାମ ଅର୍ଜନ କରିଥିବା ଅଳ୍ପ କିଛି ଅଭିନେତାଙ୍କ ମଧ୍ୟରୁ ଜଣେ ଥିଲେ। ଚଳଚ୍ଚିତ୍ରରେ ସକ୍ରିୟ ଥିବାବେଳେ ସେ ତିନିଥର ଶ୍ରେଷ୍ଠ ଅଭିନେତ୍ରୀ ଏବଂ ତିନୋଟି ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ସମେତ ନଅଟି ଫିଲ୍ମଫେୟାର ପୁରସ୍କାର ଜିତିଥିଲେ।
ଜୟା ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ୩ ଜୁନ ୧୯୭୩ ରେ ବିବାହ କରିଥିଲେ। ଉଭୟ ଗୋଟିଏ ସର୍ତ୍ତରେ ବିବାହ କରିଥିଲେ। ଅମିତାଭ ବଚ୍ଚନ ଏବଂ ଜୟା ଫିଲ୍ମ ‘ଗୁଡି’ ସେଟରେ ଭେଟିଥିଲେ। ଦୁହେଁ ଫିଲ୍ମରେ ଏକାଠି କାମ କରିଥିଲେ। ଏହି ଫିଲ୍ମ ପରେ ଦୁହେଁ ପ୍ରେମରେ ପଡିଥିଲେ। ଚଳଚ୍ଚିତ୍ର ବାବର୍ଚିରେ ଜୟା ଏବଂ ରାଜେଶ ଖାନ୍ନା ଏକାଠି କାମ କରୁଥିଲେ, ଅମିତାଭ ଜୟାଙ୍କୁ ଦେଖା କରିବାକୁ ଏଠାକୁ ଆସୁଥିଲେ ଏବଂ ଏହିପରି ଦୁହିଁଙ୍କ ପ୍ରେମ ବଢିଥିଲା। ଫିଲ୍ମ ଜଞ୍ଜିରର ସଫଳତା ପରେ ଜୟା ଏବଂ ସମସ୍ତ ସାଙ୍ଗଙ୍କ ଲଣ୍ଡନ ଯିବାକୁ ପ୍ରସ୍ତୁତ ହେଉଥିଲେ ଅମିତାଭ। କିନ୍ତୁ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଯେତେବେଳେଜାଣିବାକୁ ପାଇଲେ ଯେ ଜୟା ମଧ୍ୟ ଲଣ୍ଡନ ଯାଉଥିବା ସାଙ୍ଗମାନଙ୍କ ମଧ୍ୟରେ ଅଛନ୍ତି, ସେ କହିଥିଲେ ଯେ ଯଦି ଜୟା ଏବଂ ଅମିତାଭ ଏକାଠି ଲଣ୍ଡନ ଯିବାକୁ ଚାହାଁନ୍ତି, ତେବେ ଉଭୟଙ୍କୁ ପ୍ରଥମେ ବିବାହ କରିବାକୁ ପଡ଼ିବ। ଏହି କାରଣରୁ, ଉଭୟ ଲଣ୍ଡନ ଯିବା ପୂର୍ବରୁ ୩ଜୁନ ୧୯୭୩ରେ ଏକ ସରଳ ସମାରୋହରେ ବିବାହ କରିଥିଲେ ଏବଂ ସେହି ଦିନ ଦୁହେଁ ହନିମୁନ ପାଇଁ ଲଣ୍ଡନ ଯାଇଥିଲେ।

 

 

Share