ଫଟୋଗ୍ରାଫରଙ୍କୁ ଦେଖି ରାଗିଲେ ଜୟା, ଚୁପ୍‌ ରହିବାକୁ ଦେଲେ ଇସାରା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଉଞ୍ଚାଇ’ ନଭେମ୍ବର ୧୧ରେ ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ‘ବିଗ ବି’ଙ୍କ ବ୍ୟତୀତ ଅନୁପମ ଖେର, ବୋମନ ଇରାନୀ, ଡାନି ଡେଞ୍ଜୋଙ୍ଗପା, ନୀନା ଗୁପ୍ତା ଏବଂ ପରୀଣତି ଚୋପ୍ରା ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମ ରିଲିଜ ପୂର୍ବରୁ ମଧ୍ୟ ‘ଉଞ୍ଚାଇ’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଛି। ଏଠାରେ ବଲିଉଡ୍‌ର ଅନେକ ଷ୍ଟାର ପହଞ୍ଚିଥିଲେ। ଏହି ସମୟରେ ବିଗ୍‌ ବିଙ୍କର ପରିବାର ସଦସ୍ୟ ମଧ୍ୟ ପହଞ୍ଚିଥିଲେ। ସ୍ତ୍ରୀ ଜୟା ବଚ୍ଚନ ଏବଂ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ପହଞ୍ଚିଥିଲେ। ଏହି ସମୟର ଜୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ପୁଣି ଥରେ ଜୟା ଚର୍ଚ୍ଚାକୁ ଆସିଛନ୍ତି।

ଜୟା ଏବଂ ଅଭିଷେକଙ୍କୁ ଯେତେବେଳେ ରେଡ୍‌ କାର୍ପେଟରେ ଦେଖିଥଲେ, ସେତେବେଳେ ଫଟୋଗ୍ରାଫରମାନେ ବହୁତ ଖୁସି ହୋଇଯାଇଥିଲେ। ସବୁଥର ପରି ଜୟାଙ୍କୁ ନିଜ କ୍ୟାମେରାରେ କ୍ୟାପଚର ପାଇଁ ସେ ତାଙ୍କୁ ପୋଜ୍‌ ଦେବାକୁ କହିଥିଲେ। ଏହାକୁ ନେଇ ଜୟା ଫଟୋଗ୍ରାଫରଙ୍କୁ ନିଜ ଶୈଳୀରେ ଚୁପ୍‌ ରହିବାକୁ କହିଥିଲେ। ଜୟା ପାଟିରେ ଆଙ୍ଗୁଠି ରଖି ନୀରବତାକୁ ସୂଚାଇ ଆଗକୁ ଚାଲିଲେ। ପରେ ସେ ବହୁତ ହସୁଥିଲେ। ଅନୁପମ ଖେର ଏବଂ ଅନ୍ୟମାନଙ୍କୁ ବି ଭେଟୁଥିଲେ।

ଜୟା ଏବଂ ଅଭିଷେକଙ୍କ ବ୍ୟତୀତ କଙ୍ଗନା ରାଣାଓ୍ବତ, ଅକ୍ଷୟ କୁମାର, ସଲମାନ ଖାନ୍‌, କାଜୋଲ, ଶେହନାଜ ଗିଲ୍‌, ରାଣୀ ମୁଖାର୍ଜୀ ମଧ୍ୟ ଏହି ସ୍କ୍ରିନିଂରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri