ବିବାହ ପୂର୍ବରୁ ଜୟାଙ୍କ ନିକଟରେ ଏଭଳି ବଡ ସର୍ତ୍ତ ରଖିଥିଲେ ଅମିତାଭ

ବମ୍ବେ: ବଲିଉଡ୍‌ର ସଫଳ ବୈବାହିକ ଜୀବନ ବିତାଇଥିବା ଦମ୍ପତିମାନଙ୍କ ମଧ୍ୟରୁ ମହାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଅନ୍ୟତମ। ଏକ ସମୟରେ ଅନେକ ନାୟିକାଙ୍କ ସହ ନାଁ ଯୋଡା ହୋଇଥିଲେ ହେଁ ଅମିତାଭ ଜୟାଙ୍କ ହାତ ସବୁଦିନ ଲାଗି ଧରିଥିଲେ। ହେଲେ ଏହି ବିବାହ ଅଜବ ଘଟଣା ଯୋଗୁ ହୋଇଥିଲା। ଏପରିକି ଅମିତାଭ ତାଙ୍କ ନିକଟରେ ବଡ଼ ସର୍ତ୍ତ ରଖିଥିଲେ। ନିକଟରେ ଜୟା ଏନେଇ ଖୁଲାସା କରିଛନ୍ତି।

ନାତୁଣୀ ନବ୍ୟା ନବେଲୀ ନନ୍ଦାଙ୍କ ପୋଡକାଷ୍ଟ ‘ହ୍ବାଟ୍‌ ଦ ହେଲ୍‌ ନବ୍ୟା’ରେ ଜୟା କହିଛନ୍ତି, କୋଲକାତାରେ ଶୁଟିଂ କରୁଥିବା ବେଳେ ଅମିତାଭ ଛୁଟିରେ ବୁଲି ଯିବାକୁ କହିଥିଲେ। ହେଲେ ଜୟା କହିଥିଲେ ଯଦି ଦୁହିଁଙ୍କର ଫିଲ୍ମ ହିଟ୍‌ ହୋଇଯିବ ତେବେ ତାଙ୍କର ଯିବାରେ ଅସୁବିଧା ନାହିଁ । ଭାଗ୍ୟବଶତଃ ‘ଜଞ୍ଜିର’ ହିଟ୍‌ ହୋଇଥିଲା। ଜୟା ବୁଲି ଯିବା ପାଇଁ ସଜବାଜ ହେବା ବେଳେ ଅମିତାଭ ଗୋଟିଏ ଅସୁବିଧା ହୋଇଥିବା କହିଥିଲେ। ପଚାରିବାରେ ସେ କହିଥିଲେ, ଜୟା ତୁମ ସହ ଛୁଟିରେ ଯିବାକୁ ହେଲେ ଆଗ ବିବାହ କରିବାକୁ ପଡ଼ିବ ବୋଲି ଘରେ କହିଛନ୍ତି। ଏହାଶୁଣି ଜୟା କହିଥିଲେ ଆମେ ଅକ୍ଟୋବରରେ ବିବାହ କରିବାକୁ ଯୋଜନା କରୁଥିଲୁ, ଯଦି କହୁଛ ତେବେ ଜୁନ୍‌ରେ ହିଁ କରିବା। ଏଭଳି ଭାବେ ଛୁଟିରେ ବୁଲି ଯିବା ପୂର୍ବରୁ ଜୟା-ଅମିତାଭ ବିବାହ କରିଥିଲେ।

ତେବେ ବିବାହ ଲାଗି ଗୋଟିଏ ସର୍ତ୍ତ ରଖିଥିଲେ ଅମିତାଭ। ୯-୫ କାମ କରିବା ଭଳି ସ୍ତ୍ରୀ ଲୋଡା ନାହିଁ। କାମ କର ହେଲେ ସବୁଦିନ ନୁହେଁ। କାମ ଭଲ ଲୋକ ସହ କରିବ ବୋଲି ଅମିତାଭ କହିଥିଲେ। ଏଥିରେ ହଁ କହିବା ପରେ ୧୯୭୩ରେ ଦୁହେଁ ବିବାହ କରିଥିଲେ। ୧୯୭୬ରେ ତାଙ୍କର ପୁଅ ଅଭିଷେକ ବଚ୍ଚନ ଜନ୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍‌ ପୂର୍ବରୁ ବିକ୍ରି ହେଲା ୯୦ ପ୍ରତିଶତ ଟିକେଟ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ‘ଲିଗର’ଆସନ୍ତା ୨୫ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବା ପାଇଁ ଉତ୍ସାହିତ ସହିତ ଅପେକ୍ଷା କରିଛନ୍ତି ଦର୍ଶକ। ତେଲୁଗୁ...

କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ...

ବଲିଉଡ୍‌ର ପ୍ରଥମ ‘ଗ୍ଲାମର ଗର୍ଲ’

ମୁମ୍ବାଇ: ଆଜିର ସମୟରେ, ବଲିଉଡ୍‌ ଅଭିନେତ୍ରୀମାନଙ୍କ ପାଇଁ ବୋଲ୍ଡ ଫଟୋଶୁଟ୍‌ ଏକ ସାଧାରଣ କଥା। ଇଣ୍ଟରନେଟ୍‌ ଯୁଗରେ ନିଜ ନିଜର ସୋସିଆଲ ମିଡିଆରେ ସାଇଟ୍‌ରେ ବୋଲ୍ଡ...

ବିରାଟ କୋହଲି ଚା’ ପ୍ରସ୍ତୁତ କରୁଥିବାର ଫଟୋ ଶେୟାର କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ପ୍ରଶଂସକଙ୍କଠାରୁ ମାଗିଲେ ଜବାବ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜ ବ୍ୟାଟିଂରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। କେବଳ ବ୍ୟାଟିଂରେ ନୁହେଁ ରୋଷେଇରେ ବି ସେ ମାହିର୍‌। ବିବାହ...

ପରଦାରେ ରୋମାନ୍ସ, ହେଲେ ବାସ୍ତବ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏସବୁ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା...

ବିଦେଶ ଯିବାକୁ ଅନୁମତି ମାଗିଲେ ଜ୍ୟାକଲିନ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ ମନି ଲଣ୍ଡରିଂ ମାମଲାରେ ଆସିବା ପରେ ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଜ୍ୟାକଲିନ ଆବୁଧାବିରେ ଆୟୋଜିତ...

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ, ବ୍ୟାନ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୧୬।୬: ରିଲିଜ୍‌ ହେଉଣୁ ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ରାମାୟଣ ଏବଂ...

ରେଖାଙ୍କ ପୂର୍ବରୁ ବି ପ୍ରେମ କରି ବସିଥିଲେ ବିଗ୍ ବି

ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ୭୮ ବର୍ଷରେ ପାଦ ରଖିଛନ୍ତି । ଏହି ଅବସରରେ ସବୁ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି...

Advertisement
Archives

Model This Week