Posted inଖେଳ

ବିରାଟଙ୍କଠାରୁ ବି ଅଧିକ ପାଓ୍ବାରଫୁଲ ଜୟ ଶାହା? ଟପ ଟେନ ତାଲିକାରେ ଧୋନି-ନିରଜ ଚୋପ୍ରା ସାମିଲ

ନୂଆଦିଲ୍ଲୀ,୨୯।୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଦେଶର କ୍ରିକେଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ଏହି ପ୍ରସଙ୍ଗରେ ସେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ଛାଡିଛନ୍ତି। ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତର ୧୦୦ଟି ଶକ୍ତିଶାଳୀ ଲୋକଙ୍କ ନାମ ଉଲ୍ଲେଖ କରାଯାଇଛି। କ୍ରିକେଟ ଜଗତର ଜୟ ଶାହା ଏହି ତାଲିକାରେ ଶୀର୍ଷରେ ଅଛନ୍ତି। ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ନୀରଜ ଚୋପ୍ରା ମଧ୍ୟ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡିଆନ ଏକ୍ସପ୍ରେସ ପାଓ୍ବାରଫୁଲ ଇଣ୍ଡିଆନ୍ସ ୨୦୨୪ ନାମରେ ଏକ ତାଲିକା ପ୍ରକାଶ କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନମ୍ବର ସ୍ଥାନରେ ଅଛନ୍ତି। କ୍ରିକେଟ ଦୁନିଆରେ ବିସିସିଆଇ ସଚିବ ଜୟ ଶାହା ଶୀର୍ଷରେ ଅଛନ୍ତି। ଓଭର ଅଲ ଲିଷ୍ଟରେ ଜୟ ଶାହା ୩୫ ତମ ସ୍ଥାନ ପାଇଛନ୍ତି। ସେ ଏସୀୟ କ୍ରିକେଟ ପରିଷଦର ସର୍ବ କନିଷ୍ଠ ମୁଖ୍ୟ ମଧ୍ୟ ଅଟନ୍ତି। ଯଦି ଆମେ କ୍ରିକେଟ ଦୁନିଆ ବିଷୟରେ କହିବା, ତେବେ କୋହଲି ଜୟ ଶାହାଙ୍କ ପରେ ଅଛନ୍ତି। ଓଭର ଅଲ ଲିଷ୍ଟରେ କୋହଲି ୩୮ ତମ ସ୍ଥାନରେ ଅଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ବଡ ବ୍ରାଣ୍ଡ ପାଲଟିଛନ୍ତି। ଇନଷ୍ଟାଗ୍ରାମରେ ୨୬୬ ନିୟୁତ ଲୋକ ତାଙ୍କୁ ଫଲୋ କରନ୍ତି।
ଯଦି ଆମେ କ୍ରୀଡା ସ୍ଥାନ ବିଷୟରେ କଥା ହେବା, ତେବେ ଜୟ ଶାହା ଏବଂ ବିରାଟ କୋହଲିଙ୍କ ପରେ ନୀରଜ ଚୋପ୍ରା ଅଛନ୍ତି। ଚୋପ୍ରା ଓଭର ଅଲ ଲିଷ୍ଟରେ ୪୬ନମ୍ବରରେ ଅଛନ୍ତି । ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିଶ୍ୱ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଚୋପ୍ରାଙ୍କ ପରେ ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ଥାନ ଦିଆଯାଇଛି। ଧୋନି ଏହି ତାଲିକାରରେ ୫୮ତମ ସ୍ଥାନରେ ଅଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତଥାପି ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳୁଛନ୍ତି। ଧୋନି ତାଙ୍କ ଅଧିନାୟକତ୍ୱରେ ଗତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାମ୍ପିଅନ କରିଥିଲେ। ସେ ତାଙ୍କ କ୍ୟାରିୟର ସମୟରେ ତିନିଟି ପ୍ରମୁଖ ଆଇସିସି ଟୁର୍ନାମେଣ୍ଟରେ ଭାରତକୁ ବିଜୟୀ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?