Posted inଖେଳ

ନିର୍ଦ୍ବନ୍ଦରେ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେଲେ ଜୟ ଶାହା

ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ୩୫ ବର୍ଷ ବୟସରେ ଆଇସିସିର ସର୍ବକନିଷ୍ଠ ଚେୟରମ୍ୟାନ୍‌ ହେବାର ରେକର୍ଡ କରିଛନ୍ତି। କ୍ରିକେଟର ଏହି ସର୍ବୋଚ୍ଚ ପଦରେ ଅବସ୍ଥାପିତ ହେବାରେ ଶାହା ପଞ୍ଚମ ଭାରତୀୟ ପାଲଟିଛନ୍ତି। ପୂର୍ବରୁ ଜଗମୋହନ ଡାଲମିୟା, ଶରଦ ପାଓ୍ବାର, ଏନ୍‌ ଶ୍ରୀନିବାସନ୍‌ ଓ ଶଶାଙ୍କ ମନୋହର ଯୋଶୀ ଆଇସିସିର ମୁଖ୍ୟ ଭାବରେ କାର୍ଯ୍ୟ କରିସାରିଛନ୍ତି।

ବର୍ତ୍ତମାନର ଆଇସିସି ଚେୟାରମ୍ୟାନ୍‌ ରହିଥିବା ନ୍ୟୁଜିଲାଣ୍ଡର ଗ୍ରେଗ୍‌ ବାର୍କଲେ ତୃତୀୟ ଥର ସଭାପତି ଦୌଡରୁ ଓହରିବା ପରେ ଏକମାତ୍ର ପ୍ରତ୍ୟାଶୀ ଭାବରେ ଶାହା ନାମାଙ୍କନ ଦାଖଲ କରିଥିଲେ। ନଭେମ୍ବର ୩୦ ତାରିଖରେ ବାର୍କଲେଙ୍କ କାର୍ଯ୍ୟକାଳର ଅନ୍ତିମ ଦିନ ହୋଇଥିବାରୁ ଡିସେମ୍ବର ୧ ତାରିଖରେ ଶାହା ନୂତନ ଦାୟିତ୍ୱ ଗ୍ରହଣ କରିବେ। ୨୦୧୯ରେ ପ୍ରଥମ ଥର ବିସିସିଆଇ ସମ୍ପାଦକ ହୋଇଥିବା ଶାହା ଜାନୁଆରୀ ୨୦୨୧ରେ ଏସିଆନ କ୍ରିକେଟ କାଉନ୍‌ସିଲର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି।

ନିର୍ବାଚିତ ହେବା ପରେ ଶାହା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କ୍ରିକେଟକୁ ବିଶ୍ୱସ୍ତରରେ ପ୍ରସିଦ୍ଧ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। ଆସନ୍ତା ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଏହା ଲଞ୍ଚପ୍ୟାଡ ଭଳି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଆଇସିସିର ଟିମ ଓ ସଦସ୍ୟ ରାଷ୍ଟ୍ର ମାନଙ୍କ ସହ ମିଳିତ ଭାବରେ ସେ କ୍ରିକେଟକୁ ଏକ ଗ୍ଲୋବାଲ ସ୍ପୋଟର୍‌ସରେ ପରିଣତ କରିବେ ବୋଲି କହିଛନ୍ତି ଶାହା। କ୍ରିକେଟରେ ଏକାଧିକ ଫର୍ମାଟ ମଧ୍ୟରେ ସମନ୍ବୟ ଓ ନୂତନ ବୈଷୟିକ କୌଶଳର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱ ଦେବେ ବୋଲି ଶାହା କହିଛନ୍ତି। ଆସନ୍ତା ଲସ୍‌ ଏଞ୍ଜେଲ୍ସ ଗେମ୍‌ କ୍ରିକେଟ୍‌କୁ ବିଶ୍ୱର ଘରେ ଘରେ ଲୋକପ୍ରିୟ କରିବା ନେଇ ସେ ଆଶା କରୁଥିବା କହିଛନ୍ତି ଶାହା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri