ନିଜକୁ ଗୁଳି କଲେ ଯବାନ

ମାଲକାନଗିରି,୨୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲାରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଉଜଲ ନନ୍ଦୀ। କାଙ୍କେର ଜିଲାର କାମଟେଡ଼ା ବିଏଏସ୍‌ଏଫ୍‌ କ୍ୟାମ୍ପରେ ଗୁରୁବାର ଜଣେ ଯବାନ ଏକ କେଠରିରେ କେହି ନ ଥିବା ବେଳେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଗୁଳି ଶବ୍ଦ ଶୁଣି ଅନ୍ୟ ଯବାନମାନେ ସେଠାରେ ପହଞ୍ଚତ୍ବା ବେଳକୁ ଉଜଲଙ୍କ ମୃତଦେହ କୋଠରିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ।