ସବୁଠି ‘ଜୱାନ୍‌’ଯୋଶ୍‌

ଭୁବନେଶ୍ୱର,୮।୯(ଶର୍ମିଷ୍ଠା ପାଣିଗ୍ରାହୀ): ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜୱାନ୍‌’। ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦେଖିବାକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରେକ୍ଷାଳୟରେ ସକାଳ ୬ଟାରୁ ଲାଗିଛି ଭିଡ଼। ହାଉସ୍‌ଫୁଲ୍‌ ଦର୍ଶକଙ୍କ ସାଙ୍ଗକୁ ତାଳି, ସିଟି, ଡ୍ୟାନ୍ସରେ କମ୍ପିଉଠିଛି ପ୍ରେକ୍ଷାଳୟ। ଅତି ଜୋସ୍‌ର ସହ ଜୱାନ୍‌କୁ ସ୍ବାଗତ କରିଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ଫ୍ୟାନ୍ସ। ଏକସଙ୍ଗେ ହିନ୍ଦୀ, ତାମିଲ୍‌ ଓ ତେଲୁଗୁ ଭାଷାରେ ଏହି ଫିଲ୍ମ ରିଲିଜ ହୋଇଛି। ସାରା ଦେଶରେ ମଲ୍‌ଟିପ୍ଲେକ୍ସ ଓ ସିଙ୍ଗଲ ସ୍କ୍ରିିନିଂକୁ ମିଶାଇ ପ୍ରାୟ ୫ହଜାରରୁ ଅଧିକ ହଲ୍‌ରେ ଫିଲ୍ମଟି ରିଲିଜ ହୋଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଟ୍‌ଲି ଦେଇଥିବା ବେଳେ ଅନିରୁଦ୍ଧ ରଭିଚନ୍ଦର ଏହାର ସଙ୍ଗୀତ ଦାୟିତ୍ୱ ତୁଲାଇଛନ୍ତି। ଚଳଚ୍ଚିତ୍ରଟିରେ ସାଉଥ୍‌ ଓ ବଲିଉଡର ରିମିକ୍ସ ଦେଖିବାକୁ ମିଳିଛି। ଶାହାରୁଖ୍‌ ମୁଖ୍ୟ ଭୂମିକାରେ ଥିବା ବେଳେ ଭିଲିଆନ୍‌ ଚରିତ୍ରରେ ସାଉଥ୍‌ ଷ୍ଟାର ବିଜୟ ସେଥୁପଥି ଓ ଅଭିନେତ୍ରୀ ନୟନତାରାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ନୟନତାରାଙ୍କ ସହ ପ୍ରଥମଥର ପାଇଁ ଅନସ୍କ୍ରିନ୍‌ରେ ରୋମାନ୍ସ କରିଛନ୍ତି କିଙ୍ଗ୍‌ ଖାନ୍‌। ସେହିପରି ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏକ ଦମ୍‌ଦାର୍‌ ଚରିତ୍ରରେ ଫିଲ୍ମରେ ଅଭିନୟ କରିଛନ୍ତି। ପ୍ରଥମ ଦିନରେ ଅଗ୍ରିମ ବୁକିଂ ୧୦ଲକ୍ଷରୁ ଅଧିକ ଟପିଛି। ଏପରିକି ଅଗ୍ରିମ ବୁକିଂ ପାଇଁ ଏବେ ଟିକେଟ୍‌ ଶୋ’ କରୁନିି। ଚଳଚ୍ଚିତ୍ରଟି ୩୦୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବାବେଳେ ପ୍ରଥମ ଦିନରେ ୫୦କୋଟିରୁ ଅଧିକ ଆୟ ହେବ ବୋଲି ଆଶା କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ଜୱାନ୍‌କୁ ନେଇ କ୍ରେଜ ବଢ଼ିବାରେ ଲାଗିଛି। ଯୁବପିଢ଼ି ଆଜି ଜୱାନ୍‌ ଡେ ଲେଖି ସୋସିଆଲ ମିଡିଆରେ ରିଲ୍ସ ଓ ଫଟୋ ପୋଷ୍ଟ କରିଛନ୍ତି।

ମାସ୍‌ ଏଣ୍ଟରଟେନିଙ୍ଗ ଫିଲ୍ମ। ଅଟ୍‌ଲି ତାଙ୍କ ଷ୍ଟାଇଲରେ ହିଁ ଚଳଚ୍ଚିତ୍ର ବନେଇଛନ୍ତି, ବକ୍ସ ଅଫିସ୍‌ରେ ବୋବାଲ କରିବ। ଶାହାରୁଖ୍‌ଙ୍କ ଚଳଚ୍ଚିତ୍ର ପଠାନଠାରୁ ଜୱାନ୍‌ ବହୁତ ଭଲ ହୋଇଛି। ସମସ୍ତଙ୍କ ଆକ୍ସନ, ଅଭିନୟ ସୁନ୍ଦର। ଅଭିନେତ୍ରୀ ନୟନତାରାଙ୍କ ଫାଇଟ୍‌ ସିିନ୍‌ ଜବରଦସ୍ତ ହୋଇଛି। କାହାଣୀଟି କିନ୍ତୁ ବହୁତ ଶୀଘ୍ର ଶୀଘ୍ର ହେଲା ଭଳି ଲାଗିଲା। ଗୋଟିଏ ସିନ୍‌ ନ ସରୁଣୁ ଆଉ ଗୋଟେ ଆସିଯାଉଥିଲା। ପ୍ରାୟ ସିନ୍‌ ଦେଖି ଲାଗୁଥିଲା ଏଟା ଆଉ କେଉଁଠୁ ନା କେଉଁଠୁ ଆସିଛି। ବିଜିଏମ୍‌, ମ୍ୟୁଜିକ୍‌ ସହ ଫିଲ୍ମର ଏକ୍ଜିକ୍ୟୁସନ୍‌ ବହୁତ ଭଲ ରହିଛି। ହଲ୍‌ରେ ପ୍ରତି ସିନ୍‌ରେ ଦର୍ଶକ ତାଳି ମାରୁଥିଲେ।
– ସୁକୁମାର ସାହୁ, ଦର୍ଶକ
ଶାହାରୁଖ୍‌ଙ୍କ କିଛି ବି ଫିଲ୍ମ ଆସିଲେ ଆମେ ସବୁ ମିଶି ସେଲିବ୍ରେସନ୍‌ କରୁ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ପୂର୍ବ ରେକର୍ଡ ଭାଙ୍ଗିଛି। ଫିଲ୍ମ ଆସିବା ଆଗରୁ ହିଁ ଜାଣିଥିଲି ଏହା ସବୁ ରେକର୍ଡ ଭାଙ୍ଗିବ। ଆମ କ୍ଲବର ସମସ୍ତେ ଶାହାରୁଖ୍‌ଙ୍କ ଫିଲ୍ମକୁ ଅପେକ୍ଷା କରିଥାଉ। ଜୱାନ୍‌ ନିଶ୍ଚିତ ବକ୍ସ ଅଫିସ୍‌ରେ ସବୁ ରେକର୍ଡ ଭାଙ୍ଗିବ। କେବଳ ଏହି ସପ୍ତାହ ନୁହେଁ, ଆସନ୍ତା ସପ୍ତାହରେ ମଧ୍ୟ ଏଭଳି ଭିଡ଼ ରହିବ। – ଶିବାନୀ ଦାସ, ଦର୍ଶକ
ଶାହାରୁଖଙ୍କ ଏହି ଫିଲ୍ମ ଭଲ ବିଜ୍‌ନେସ୍‌ କରିବ। ଫିଲ୍ମକୁ ସମସ୍ତେ ଥରେ ଯାଇ ଦେଖିବା ଉଚିତ୍‌। ଫିଲ୍ମଟି ଖୁବ୍‌ ମନୋରଞ୍ଜନଧର୍ମୀ। ମୁଁ ଏହାକୁ ୫ରୁ ୪.୫ ପଏଣ୍ଟ ଦେବି। ବଲିଉଡରେ ଏବେ ନୂଆ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିଲା। ରଜନୀକାନ୍ତଙ୍କ ଉପସ୍ଥିତିକୁ ପୁରା ଅନୁଭବ କରାଇଛନ୍ତି ଶାହାରୁଖ ଖାନ୍‌। ଏଭଳି ଏକ ଚଳଚ୍ଚିତ୍ର ଭେଟି ଦେଇଥିବାରୁ ନିର୍ଦ୍ଦେଶକ ଓ ତାଙ୍କ ପୂରା ଟିମ୍‌ଙ୍କୁ ଧନ୍ୟବାଦ।
– ଅକ୍ଷୟ କୁମାର ପରିଜା, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri