ଦେଶସେବା ପାଇଁ ସ୍ତ୍ରୀଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ ଯବାନ ସ୍ବାମୀ: ଶେଷରେ ଆଖି ବୁଜିଲେ ଜଶ୍ମିନ

ସମ୍ବଲପୁର, ୧୩।୫(ପ୍ରମୋଦ ବହିଦାର): ଦେଶ ମାତୃକାରେ ସୁରକ୍ଷା ପାଇଁ ସୀମାରେ ନିୟୋଜିତ ଜଣେ ଯବାନଙ୍କ ସ୍ତ୍ରୀ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୀର୍ଘ ୧୫ ଦିନ ଧରି ଜୀବନ ସହ ସଂଗ୍ରାମରେ ହାରି ଯାଇ ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଜଶ୍ମିନ(ଲିପି) ମଙ୍ଗଳବାର ଭୋର ୨ଟା ସମୟରେ ଆଖି ବୁଜିଛନ୍ତି। ସେ ତାଙ୍କ ଜନ୍ମିତ ଶିଶୁକନ୍ୟାକୁ ଛାଡ଼ି ଯାଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ମଙ୍ଗଳବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଭିମସାର ଯିବାର ଥିଲା। ମାତ୍ର ଏହା ପୂର୍ବରୁ ଜଶ୍ମିନ ଆଖି ବୁଜିଛନ୍ତି।

ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ସୁନ୍ଦରଗଡ ସୀମାବର୍ତ୍ତୀ ଟେଙ୍ଗନାମାଲ ଗାଁର ସୀମା ସୁରକ୍ଷା ବଳ (ଏସଏସବି)ରେ କାର୍ଯ୍ୟରତ ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଜଶ୍ମିନ ଗତ ଅପ୍ରେଲ ୨୮ରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁକନ୍ୟାକୁ ଜନ୍ମ ଦେବାପରେ ହଠାତ ସେ ଗୁରୁତର ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପ୍ରେଲ ୨୯ ତାରିଖରେ ତୁରନ୍ତ ତାଙ୍କୁ ବୁର୍ଲାର ଭିମସାର ସ୍ଥାନାନ୍ତରିତ କରାଯାଇ ଆଇସିୟୁରେ ଭର୍ତ୍ତି କରା ଯାଇଥିଲା।

ସୂଚନାଯୋଗ୍ୟ ଯେ, ସୀମାରୁ ଡାକରା ପାଇ ପ୍ରସୂତି ସ୍ତ୍ରୀଙ୍କୁ ରୋଗ ଶଯ୍ୟାରେ ଛାଡ଼ି କର୍ତ୍ତବ୍ୟନିଷ୍ଠ ଯବାନ ଦେବରାଜ ଗଣ୍ଡ ଗତ ଦେଶମାତୃକାର ସୁରକ୍ଷା ପାଇଁ କାର୍ଯ୍ୟରେ ଯୋଗ ଦେବାକୁ ତୁରନ୍ତ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ। ଉକ୍ତଦିନ ଭିମସାର ରକ୍ତ ଭଣ୍ଡାରରେ ରକ୍ତ ନ ଥିବାରୁ ଲିପିଙ୍କ ଚିକିତ୍ସା ପାଇଁ ଆବଶ୍ୟକ ରକ୍ତ ଯୋଗାଡ଼ ପାଇଁ ଯବାନଙ୍କ ପରିବାରଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ କେତେକ ସ୍ବେଚ୍ଛାସେବୀ ତାଙ୍କ ପାଇଁ ରକ୍ତଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

‘ଯୁଦ୍ଧ ମଧ୍ୟରେ ଆମେରିକାକୁ ମୂଲ୍ୟବାନ ଉପହାର ପଠାଇଲା ଇରାନ’, ଟ୍ରମ୍ପଙ୍କ ବଡ଼ ସୂଚନା, ସାରା ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଫସିଗଲେ ଟ୍ରମ୍ପ, ଆହୁରି ଲମ୍ବିପାରେ ଯୁଦ୍ଧ, ଭୟଙ୍କର ଚେତାବନୀ ଦେଲେ ବିଶେଷଜ୍ଞ, କହିଲେ…

ଓ୍ବାଶିଂଟନ୍‌,୨୫।୩: ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରବର୍ଟ ପେପ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଏକ ଫାଶରେ ଫସି ଯାଇଛନ୍ତି। ତାଙ୍କ କହିବା ଅନୁସାରେ,…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri