ଜାଭିୟର୍‌ ମିଲଇ ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି…

ବ୍ୟୁନସ ଆରିସ୍‌,୨୦।୧୧ : ଦକ୍ଷିଣପନ୍ଥୀ ନେତା ଜାଭିୟର୍‌ ମିଲଇ ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ବାସ୍ତବରେ, ରବିବାର ରାଷ୍ଟ୍ରପତି ପଦ ପାଇଁ ଭୋଟରେ ମିଲଇ ୫୫.୮ ପ୍ରତିଶତ ଭୋଟ ପାଇଛନ୍ତି। ଆର୍ଜେଣ୍ଟିନାର ଅର୍ଥମନ୍ତ୍ରୀ ତଥା ରାଷ୍ଟ୍ରପତି ପ୍ରାର୍ଥୀ ସର୍ଜିଓ ମାସା ୪୪.୨ ପ୍ରତିଶତ ଭୋଟ ପାଇଛନ୍ତି। ଆର୍ଜେଣ୍ଟିନାରେ ଜାଭିୟର୍‌ ମିଲଇ ଏବଂ ତାଙ୍କ ଦଳର ସମର୍ଥକମାନେ ମଧ୍ୟ ଉତ୍ସବ ଆରମ୍ଭ କରିଛନ୍ତି।

ଜାଭିୟର୍‌ ମିଲଇ ହେଉଛନ୍ତି ଆର୍ଜେଣ୍ଟିନାର ରାଜନୈତିକ ଦଳ ଲା ଲିବର୍ଟାଡ ଆଭାନଜାର ନେତା। ତାଙ୍କ ନିର୍ବାଚନ ପ୍ରଚାର ସମୟରେ ମିଲାଇ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଆର୍ଜେଣ୍ଟିନାରେ ବ୍ୟାପକ ଅର୍ଥନୈତିକ ପରିବର୍ତ୍ତନ ଆଣିବେ। ମିଲାଇ ରାଜନୈତିକ ସ୍ତରରେ ସଂସ୍କାରର ପ୍ରତିଶୃତି ମଧ୍ୟ ଦେଇଥିଲେ। ସର୍ଜିଓ ମାସା ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି ଏବଂ ଜାଭିୟର ମିଲଇଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଅଭିନନ୍ଦନ ଜଣାଇଛନ୍ତି। ଆର୍ଜେଣ୍ଟିନାରେ ନିର୍ବାଚନ ସମୟରେ ଅର୍ଥନୀତି ଏବଂ ମୁଦ୍ରାସ୍ଫୀତି ଏକ ବଡ଼ ପ୍ରସଙ୍ଗ ଥିଲା। ଆର୍ଜେଣ୍ଟିନାରେ ମୁଦ୍ରାସ୍ଫୀତି ୧୪୦ ପ୍ରତିଶତ ବୃଦ୍ଧି ପାଇଛି।

ସର୍ଜିଓ ମାସାଙ୍କ ଦଳ ପେରୋନିଷ୍ଟ ଆନ୍ଦୋଳନ ଗତ ୨୦ ବର୍ଷ ମଧ୍ୟରେ ୧୬ ବର୍ଷ ଶାସନ କରିଛି। ନିର୍ବାଚନ ଫଳାଫଳ ପରେ ମାସା ତାଙ୍କ ବିବୃତ୍ତିରେ କହିଛନ୍ତି ଆର୍ଜେଣ୍ଟିନାବାସୀ ଏକ ଭିନ୍ନ ରାସ୍ତା ବାଛିଛନ୍ତି। ଏହି ବିଜୟ ପାଇଁ ମିଲଇଙ୍କୁ ଅଭିନନ୍ଦନ ଜଣାଇବା ସହିତ ମାସା କହିଛନ୍ତି ସେ ଖୁବ ଶୀଘ୍ର ସକ୍ରିୟ ରାଜନୀତିରୁ ଅବସର ନେବେ। ଜାଭିୟର୍‌ ମିଲଇ ଜଣେ ଦକ୍ଷିଣପନ୍ଥୀ ନେତା ଏବଂ ତାଙ୍କୁ ଆର୍ଜେଣ୍ଟିନାର ଡୋନାଲ୍ଡ ଟ୍ରମ୍ପଙ୍କ କୁହାଯାଇଥାଏ। ଟ୍ରମ୍ପଙ୍କ ପରି ମିଲଇ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ୱାସ କରନ୍ତି ନାହିଁ। ଏହି ବିଜୟ ପରେ ମିଲଇ କହିଛନ୍ତି ଆଜି ଆର୍ଜେଣ୍ଟିନାର ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଆର୍ଜେଣ୍ଟିନା ପାଇଁ ଏକ ଐତିହାସିକ ଦିନ ।

 

Share