ଜାଭିୟର୍‌ ମିଲଇ ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି…

ବ୍ୟୁନସ ଆରିସ୍‌,୨୦।୧୧ : ଦକ୍ଷିଣପନ୍ଥୀ ନେତା ଜାଭିୟର୍‌ ମିଲଇ ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ବାସ୍ତବରେ, ରବିବାର ରାଷ୍ଟ୍ରପତି ପଦ ପାଇଁ ଭୋଟରେ ମିଲଇ ୫୫.୮ ପ୍ରତିଶତ ଭୋଟ ପାଇଛନ୍ତି। ଆର୍ଜେଣ୍ଟିନାର ଅର୍ଥମନ୍ତ୍ରୀ ତଥା ରାଷ୍ଟ୍ରପତି ପ୍ରାର୍ଥୀ ସର୍ଜିଓ ମାସା ୪୪.୨ ପ୍ରତିଶତ ଭୋଟ ପାଇଛନ୍ତି। ଆର୍ଜେଣ୍ଟିନାରେ ଜାଭିୟର୍‌ ମିଲଇ ଏବଂ ତାଙ୍କ ଦଳର ସମର୍ଥକମାନେ ମଧ୍ୟ ଉତ୍ସବ ଆରମ୍ଭ କରିଛନ୍ତି।

ଜାଭିୟର୍‌ ମିଲଇ ହେଉଛନ୍ତି ଆର୍ଜେଣ୍ଟିନାର ରାଜନୈତିକ ଦଳ ଲା ଲିବର୍ଟାଡ ଆଭାନଜାର ନେତା। ତାଙ୍କ ନିର୍ବାଚନ ପ୍ରଚାର ସମୟରେ ମିଲାଇ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଆର୍ଜେଣ୍ଟିନାରେ ବ୍ୟାପକ ଅର୍ଥନୈତିକ ପରିବର୍ତ୍ତନ ଆଣିବେ। ମିଲାଇ ରାଜନୈତିକ ସ୍ତରରେ ସଂସ୍କାରର ପ୍ରତିଶୃତି ମଧ୍ୟ ଦେଇଥିଲେ। ସର୍ଜିଓ ମାସା ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି ଏବଂ ଜାଭିୟର ମିଲଇଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଅଭିନନ୍ଦନ ଜଣାଇଛନ୍ତି। ଆର୍ଜେଣ୍ଟିନାରେ ନିର୍ବାଚନ ସମୟରେ ଅର୍ଥନୀତି ଏବଂ ମୁଦ୍ରାସ୍ଫୀତି ଏକ ବଡ଼ ପ୍ରସଙ୍ଗ ଥିଲା। ଆର୍ଜେଣ୍ଟିନାରେ ମୁଦ୍ରାସ୍ଫୀତି ୧୪୦ ପ୍ରତିଶତ ବୃଦ୍ଧି ପାଇଛି।

ସର୍ଜିଓ ମାସାଙ୍କ ଦଳ ପେରୋନିଷ୍ଟ ଆନ୍ଦୋଳନ ଗତ ୨୦ ବର୍ଷ ମଧ୍ୟରେ ୧୬ ବର୍ଷ ଶାସନ କରିଛି। ନିର୍ବାଚନ ଫଳାଫଳ ପରେ ମାସା ତାଙ୍କ ବିବୃତ୍ତିରେ କହିଛନ୍ତି ଆର୍ଜେଣ୍ଟିନାବାସୀ ଏକ ଭିନ୍ନ ରାସ୍ତା ବାଛିଛନ୍ତି। ଏହି ବିଜୟ ପାଇଁ ମିଲଇଙ୍କୁ ଅଭିନନ୍ଦନ ଜଣାଇବା ସହିତ ମାସା କହିଛନ୍ତି ସେ ଖୁବ ଶୀଘ୍ର ସକ୍ରିୟ ରାଜନୀତିରୁ ଅବସର ନେବେ। ଜାଭିୟର୍‌ ମିଲଇ ଜଣେ ଦକ୍ଷିଣପନ୍ଥୀ ନେତା ଏବଂ ତାଙ୍କୁ ଆର୍ଜେଣ୍ଟିନାର ଡୋନାଲ୍ଡ ଟ୍ରମ୍ପଙ୍କ କୁହାଯାଇଥାଏ। ଟ୍ରମ୍ପଙ୍କ ପରି ମିଲଇ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ୱାସ କରନ୍ତି ନାହିଁ। ଏହି ବିଜୟ ପରେ ମିଲଇ କହିଛନ୍ତି ଆଜି ଆର୍ଜେଣ୍ଟିନାର ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଆର୍ଜେଣ୍ଟିନା ପାଇଁ ଏକ ଐତିହାସିକ ଦିନ ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri