ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ସୋମବାର ତାଙ୍କର ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ରିଲିଜ କରିଛନ୍ତି। ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଥିବା ବେଳେ ତାମିଲରେ ‘ଭାଣ୍ଢା ଏଡାମ’ ଏବଂ ତେଲଗୁରେ ‘ଧୂମେ ଧୂଲିପିଲା’।

ଇନ୍‌ଷ୍ଟାଗ୍ରାମରେ ‘ଜିନ୍ଦା ବନ୍ଦା’ ଓପନ୍‌ କରୁଥିବା ବେଳେ ଶାହରୁଖ ଲେଖିଛନ୍ତି, ଯେତେବେଳେ ନୀତି ବିପଦରେ ପଡ଼େ, ସେତେବେଳେ ଜଣଙ୍କୁ ଯୁଦ୍ଧ କରିବାକୁ ପଡ଼ିବ, ଏହି ଯୁଦ୍ଧ ହିଁ ଆପଣଙ୍କୁ ଜୀବନ୍ତ କରିଥାଏ। ମୋତେ ଏହି ସୁନ୍ଦର କପଲେଟ୍‌ ସାମାନ୍ୟ ପରିବର୍ତ୍ତନ ସହିତ ବ୍ୟବହାର କରିବାକୁ ଦେଇଥିବାରୁ ମୁଁ ଓ୍ବାସିମ୍‌ ବରେଲଭି ସାହେବଙ୍କୁ ମୋର ହୃଦୟରୁ ଧନ୍ୟବାଦ ଦେଉଛି।

‘ଜିନ୍ଦା ବନ୍ଦା’ ଗୀକୁ ଅନିରୁଦ୍ଧ ରବିଚନ୍ଦ୍ର ଗାଇଥିବା ବେଳେ ଇର୍ଶାଦ କାମିଲ ଏହାକୁ ଲେଖିଛନ୍ତି। କହିରଖୁଛୁ ଅନିରୁଦ୍ଧ ‘କୋଲାଭେରି ଡି’ ଗୀତ ପାଇଁ ବେଶ୍‌ ଜଣାଶୁଣା।

Share