ଫାଣ୍ଡି ଭିତରେ ଗୁଳିକରି ଆତ୍ମହତ୍ୟା କଲେ ଯବାନ

ମାଲକାନଗିରି/କାଲିମେଳା,୪ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ପଟେରୁଠାରେ ନିୟୋଜିତ ଥିବା ଜଣେ ଓଏସ୍‌ଏପି ଯବାନ ଶନିବାର ଫାଣ୍ଡି ଭିତରେ ନିଜ ସର୍ଭିସ୍‌ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଦୁର୍ଯ୍ୟୋଧନ ମାଝି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଦୁର୍ଯ୍ୟୋଧନଙ୍କ ଘର ବରଗଡ଼ ଜିଲା ଗାଇସିଲାଟ ବ୍ଲକ ଅଞ୍ଚଳରେ ହୋଇଥିବା ବେଳେ ସେ ଅଗଷ୍ଟରୁ ପଟେରୁ ଫାଣ୍ଡିରେ ନିୟୋଜିତ ହୋଇଥିଲେ। ସେ କ୍ୟାମ୍ପ ଭିତରେ ରହୁଥିବା ବେଳେ ତାଙ୍କ ପରିବାର ଲୋକେ ଫାଣ୍ଡି ପାଖରେ ଥିବା ଅନ୍ୟ ଏକ ଘରେ ରହୁଥିଲେ। ଖବର ପାଇ ମାଲକାନଗିରି ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।