ଯବାନ-ମାଓବାଦୀ ଗୁଳି ବିନିମୟ

ଫୁଲବାଣୀ ଅଫିସ, ୨୦ା୧୨-କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅଧୀନ ବିରେନି ଗ୍ରାମ ନିକଟ ଜଙ୍ଗଲରେ ଗତ ୧୭ ତାରିଖରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଠାରୁ ମାଓବାଦୀମାନେ ଖସି ଯାଇଥିବା ବେଳେ ଜଣେ ମିଲିସିଆଙ୍କୁ ଧରାଯାଇଛି। ପୋଲିସ ତାଙ୍କୁ ପଚରାଉଚରା କରୁଛି। ଗୁଳି ବିନିମୟ ହୋଇଥିବା ଅଞ୍ଚଳରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ରେଡିଓ, କିଛି ଔଷଧ, ଆସବାବପତ୍ର ଏବଂ ରାଶନ ସାମଗ୍ରୀ ଜବତ କରାଯାଇଛି ା ଘଟଣାସ୍ଥଳରେ ୧୦ରୁ ୧୨ ମାଓବାଦୀ ଥିଲେ ଓ ସେମାନେ କେକେବିଏନ୍‌ ଡିଭିଜନର ଅନୁମାନ କରାଯାଉଛି ବୋଲି କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲ ରବିବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।