ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା: ନିଲମ୍ବିତ ହେଲେ ଅଧ୍ୟକ୍ଷା

ଖୋର୍ଦ୍ଧା , ୪।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମ୍‌ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ ଘଟଣାରେ ପ୍ରିନ୍ସିପଲ ଡ. କବିତା କର ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ନବୋଦୟ ବିଦ୍ୟାଳୟ ସଂଗଠନ ଭୋପାଲ ପ୍ରତିନିଧି ରିପୋର୍ଟ ଆଧାରରେ ନବୋଦୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ପକ୍ଷରୁ ନିଲମ୍ବନ କରାଯାଇଥିବା ଜିଲାପାଳ ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ଉପାଧ୍ୟକ୍ଷ ନୃସିଂହ ଚରଣ ଚକ୍ରଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ କବିତା କରଙ୍କୁ ନିଲମ୍ବନ ପରେ ଭୋପାଳ ୟୁନିଟରେ ଅବସ୍ଥାପିତ କରାଯାଇଛି।

ନବୋଦୟ ବିଦ୍ୟାଳୟରେ ନଭେମ୍ବର ମାସରୁ ଜଣ୍ଡିସ ଆକ୍ରାନ୍ତ ଦେଖା ଦେଇଥିବାବେଳେ ଡିସେମ୍ବର ପହିଲାରେ ଏହାର ସଂଖ୍ୟା ବଢି ଜାନୁଆରୀରେ ଶହେ ଟପିଥିଲା । ରାଜ୍ୟ ସାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୱାଟକୋ ଭୁବନେଶ୍ବର, ଜିଲା ଜନସ୍ବାସ୍ଥ୍ୟ ବିଭାଗ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରିଥିଲେ । ୱେଟକୋ ଔଟରେ ରିପୋର୍ଟ ନେଗେଟିଭ ଆସିଥିବାବେଳେ ସାସ୍ଥ୍ୟ ବିଭାଗର ରିପୋର୍ଟ ୫ଟି ସାମ୍ପୁଲରେ ଜଳ ସଂକ୍ରମିତ ହୋଇଥିବା ଦର୍ଶାଯାଇଥିଲା । ରାଜ୍ୟ ସାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍କୁଲ ରୋଷେଇ ଘରେ ପାଇପ ଫାଟି ପାଣି ଦୂଷିତ ହୋଇ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ କରିବା ସହ ବିଶୁଦ୍ଧ ପାଣି ଯୋଗାଣ ପାଇଁ ନିର୍ଦେଶ ଦେଇଥିଲେ।

ଗତ ୮ ତାରିଖରେ ନବୋଦୟ ବିଦ୍ୟାଳୟ ସମିତି କେନ୍ଦ୍ରୀୟ କମିଶନର ରାଜେଶ ଲେଖାନୀ ଏବଂ ଭୋପାଳ ୟୁନିଟର ଡେପୁଟି କମିଶନର ଆଉ କେ ଶର୍ମା, ଆସିଣ୍ଟଟାଣ୍ଡ କମିଶନର ଜରୀନା କ୍ୟୁରେଶି ଟିମ ସ୍ଥିତି ଅନୁଧ୍ୟାନ କରିଥିଲେ । କମିଶନରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟକୁ ୧୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇ କ୍ୟାମ୍ପସ ସ୍ବଚ୍ଛ କରାଯାଇଥିଲା। କମିଶନର ନିର୍ଦ୍ଦେଶରେ ଗତ ୧୨ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଣିଥରେ ପାଣି ନମୁନା ସଂଗ୍ରହ କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ବିଦ୍ୟାଳୟ ସ୍ବାଭାବିକ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ୧୬ କିଲୋ ଓଜନ ହ୍ରାସ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଫିଟନେସ ଏବଂ ଲୁକକୁ ନେଇ ଚର୍ଚ୍ଚା ହେଉଛି। ହଠାତ୍‌ ତାଙ୍କ ଓଜନ ହ୍ରାସ…

ଛାତ୍ରୀଛାତ୍ରଙ୍କୁ ମିଳିଲା ପାଠ୍ୟ ଉପକରଣ

କେନ୍ଦୁଝର:୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଆଙ୍ଗ ଗ୍ରାମ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ସଚ୍ଛୋସେବୀ…

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

CMOରୁ ଫାଇଲ ଗାୟବ ଘଟଣା: ବଡ଼ ବୟାନ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ହାଜର ହେବେ…

ଭୁବନେଶ୍ୱର,୪।୮: CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri