ବିଜେଡିରେ ମିଶିଲେ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି

ଖୋର୍ଦ୍ଧା ଅଫିସ,୧୦।୩: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି ଲକ୍ଷ୍ମୀଧର ବିଶ୍ବାଳ ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଗୁରୁବାର ଯୋଗ ଦେଇଛନ୍ତି। ଜଟଣୀ ପାଖରେ ଥିବା ପାତ୍ରପଡ଼ା ନାଗେଶର ମନ୍ଦିର ପରିସରରେ ବିଜେଡିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଜେଡିର ଖୋର୍ଦ୍ଧା ଜିଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ବିଜେଡି ଖୋର୍ଦ୍ଧା ଜିଲା ସଭାପତି ବିଭୁତି ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।