Categories: ଖେଳ

ନ୍ୟୁ ବର୍ନ ବେବି ସହ ନଜର ଆସିଲେ ଜସପ୍ରୀତ ବୁମରା, ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୫।୧୧: ନିକଟରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରା ପିତା ହୋଇଛନ୍ତି। ଗିଛିଦିନ ପୂର୍ବରୁ ଏହି ଦ୍ରୁତ ବୋଲରଙ୍କ ପତ୍ନୀ ସଞ୍ଜନା ଗଣେସନ ଏକ ସନ୍ତାନ ଜନ୍ମ ଦେଇଥିଲେ। ତେବେ ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଫଟୋରେ ବୁମରା ତାଙ୍କ ନବଜାତ ଶିଶୁ ସହିତ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ବୁମରାଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଏହା ବ୍ୟତୀତ ସୋସିଆଲ ମିଡିଆ ୟୁଜର୍ସମାନେ ଲଗାତାର ଭାବରେ କମେଣ୍ଟ କରି ନିଜର ମତାମତ ଦେଉଛନ୍ତି।
ସୂଚନାଯୋଗ୍ୟ, ଜସପ୍ରୀତ ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ୪ସେପ୍ଟେମ୍ବରରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ସେହି ସମୟରେ ଜସପ୍ରୀତ ଭାରତୀୟ ଦଳ ସହିତ ଶ୍ରୀଲଙ୍କାରେ ଏସିଆ କପ ଖେଳୁଥିଲେ, କିନ୍ତୁ ସେ ଟୁର୍ନାମେଣ୍ଟ ମଝିରେ ଭାରତ ଫେରିଥିଲେ।

Share