ICC ରାଙ୍କିଂରେ ଜସପ୍ରୀତ ବୁମରାଙ୍କ ଲମ୍ବ ଡିଆଁ, କ୍ଷତି ସହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଯଶପ୍ରୀତ ବୁମରା ଚମତ୍କାର ବୋଲିଂ କରିଥିଲେ, ଯାହା ତାଙ୍କୁ ଆଇସିସି (ICC) ମାନ୍ୟତାରେ ଉନ୍ନତି କରିବାରେ ସାହାଯ୍ୟ କରିଛି। ସେ ଟେଷ୍ଟ ବୋଲିଂ ମାନ୍ୟତାରେ ତିନି ସ୍ଥାନ ଉପରକୁ ଉଠିଛନ୍ତି। ଦିନିକିଆ (ODI) ବ୍ୟାଟିଂ ମାନ୍ୟତାର ଶୀର୍ଷ ତିନି ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ; ଶୁବମନ ଗିଲ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଡାରିଲ ମିଚେଲ ଦ୍ୱିତୀୟ ଏବଂ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ବେନ ଡକେଟ ତିନି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି, ଅନ୍ୟପକ୍ଷରେ ରୋହିତ ଶର୍ମା ଶୀର୍ଷ ପାଞ୍ଚ ଜଣଙ୍କ ତାଲିକାରୁ ବାଦ ପଡ଼ିଛନ୍ତି।
ଦ୍ରୁତ ବୋଲର ଯଶପ୍ରୀତ ବୁମରା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପାଞ୍ଚଟି ୱିକେଟ ନେଇଥିଲେ, ଯେଉଁଥିରେ ପ୍ରଥମ ଇନିଂସର ଚାରୋଟି ୱିକେଟ ଅନ୍ତର୍ଭୁକ୍ତ ଥିଲା। ବିଶେଷ ଭାବରେ, ସେ ପ୍ରଥମ ଇନିଂସରେ ଟମ ଲାଥାମଙ୍କୁ ବିନା କୌଣସି ରନରେ (ଡକ) ଆଉଟ କରିଥିଲେ। ଯଦିଓ ଭାରତ ଏହି ମ୍ୟାଚ ଜିତି ପାରିନଥିଲାମ୍ୟାଚଟି ଡ୍ର’ରେ ଶେଷ ହୋଇଥିଲା। ତଥାପି ବୁମରାଙ୍କ ପ୍ରଦର୍ଶନ ଯୋଗୁ ସେ ମାନ୍ୟତାରେ ତିନି ସ୍ଥାନ ଉପରକୁ ଉଠିପାରିଛନ୍ତି।
ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଟେଷ୍ଟ ବୋଲିଂ ମାନ୍ୟତାରେ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ତାଙ୍କର ରେଟିଂ ୮୮୧ ରହିଛି, ଯାହା ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ। ଜସପ୍ରୀତ ବୁମରା ୮୫୬ ରେଟିଂ ସହ ପଞ୍ଚମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡର ଓଲି ରବିନସନ ଦୁଇଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି; ତାଙ୍କର ରେଟିଂ ବୁମରାଙ୍କ ସହ ସମାନ ରହିଛି।
ଆଇସିସି (ICC) ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷ ୫ ଜଣଙ୍କ ତାଲିକାରେ ଗୋଟିଏ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ଚତୁର୍ଥ ସ୍ଥାନରୁ ତୃତୀୟ ସ୍ଥାନକୁ ଆସିଥିବା ବେଳେ, ଅଷ୍ଟ୍ରେଲିଆର ଓପନର ଟ୍ରାଭିସ ହେଡ ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି। ହ୍ୟାରି ବ୍ରୁକ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଅଛନ୍ତି।

ଟେଷ୍ଟ ଅଲ-ରାଉଣ୍ଡର ମାନ୍ୟତାର ଶୀର୍ଷ ୫ ଜଣଙ୍କ ତାଲିକାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ୪୪୦ ରେଟିଂ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ରବୀନ୍ଦ୍ର ଜାଡେଜା ୪୧୪ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ୱିଆନ ମୁଲଡର (୨୯୪) ତୃତୀୟ ସ୍ଥାନରେ, ବାଂଲାଦେଶର ମେହେଦି ହାସନ ମିରାଜ (୨୭୬) ଚତୁର୍ଥ ସ୍ଥାନରେ ଏବଂ ସାଇମନ ହାର୍ମର (୨୫୪) ପଞ୍ଚମ ସ୍ଥାନରେ ରହିଛନ୍ତି।

Dharitri – Odisha’s No.1, Most Trusted Odia Daily

Share