Categories: ଖେଳ

ବୋଲ୍ଡ କରି ପୁରୁଣା ରାଗର ପ୍ରତିଶୋଧ ନେଲେ ବୁମ୍‌ରା; ପ୍ରଶଂସକ କହିଲେ ଜବରଦସ୍ତ

କେପ୍‌ଟାଉନ୍‌,୧୩।୧: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ମଇଦାନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସ ୨୨୩ରେ ସମାପ୍ତ ହେବା ପରେ ଭାରତୀୟ ଟିମ୍‌ ବୋଲିଂ କରି ଘରୋଇ ଦଳକୁ ଅଡ଼ୁଆରେ ପକାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୧୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏଣୁ ଭାରତ ୧୩ ରନ୍‌ରେ ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଥିଲା। ବୋଲରଙ୍କ ମଧ୍ୟରେ ଷ୍ଟାର ପେସର ଯଶପ୍ରୀତ ବୁମ୍‌ରା ୫ ଉଇକେଟ ସଫଳତା ପାଇଥିଲେ। ବିଶେଷକରି ବୁମ୍‌ରା ମାର୍କୋ ଜାନସେନଙ୍କୁ ଯେଉଁଭଳି ଭାବେ ଆଉଟ୍‌ କରିଥିଲେ ତାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଦ୍ୱିତୀୟ ଟେଷ୍ଟରେ କେବଳ ଗୋଟିଏ ଉଇକେଟ ନେଇଥିବା ବୁମ୍‌ରା ତୃତୀୟ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସପ୍ତମ ଥର ପାଇଁ ଟେଷ୍ଟ କ୍ରିକେଟରେ ୫ ଉଇକେଟ ନେବାର ଗୌରବ ସେ ଅର୍ଜନ କରିଥିଲେ। ଏହି ସମୟରେ ବୁମ୍‌ରାଙ୍କ ତୃତୀୟ ଉଇକେଟ ଥିଲେ ମାର୍କୋ। ସେ ବଲ୍‌କୁ ବୁଝି ନ ପାରି ବୋଲ୍ଡ ହୋଇଥିଲେ। ଏହାପରେ ବୁମ୍‌ରା ନିଜର ଖୁସିକୁ ଭିନ୍ନ ଭାବେ ଜାହିର କରିଥିଲେ। ଏହା ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

କହିରଖୁଛୁ, ଏହି ସିରିଜରେ ପୂର୍ବରୁ ବୁମ୍‌ରାଙ୍କ ସହ ମାର୍କୋଙ୍କ କଥା କଟାକଟି ଦେଖିବାକୁ ମିଳିଥିଲା। ଏବେ ଭାରତୀୟ ବୋଲର୍‌ ବୋଧହୁଏ ସେହି ରାଗର ଜବାବ ଦେଇଛନ୍ତି ବୋଲି କୁହାଯାଉଛି।

ଦେଖନ୍ତୁ ଭିଡିଓ:

Share