Posted inଖେଳ

ବର୍ଷ ଆରମ୍ଭରୁ ଇତିହାସ ରଚିଲେ ଜସପ୍ରିତ ବୁମ୍‌ରା, ଆଜି ଯାଏ ଯାହା ଭାରତୀୟ କ୍ରିକେଟରେ କେବେ ବି…

ନୂଆଦିଲ୍ଲୀ,୧।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ବର୍ଡର ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ ଏହି ସିରିଜରେ ସର୍ବାଧିକ ୱିକେଟ ନେଇଥିବା ବୋଲର୍‌ ପାଲଟିଛନ୍ତି। ଏହା ବ୍ୟତୀତ ସେ କିଛି ସମୟ ପାଇଁ ଆଇସିସି ଟେଷ୍ଟ ମାନ୍ୟତାରେ ୧ ନମ୍ବର ବୋଲର ରହିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବର୍ତ୍ତମାନ ୨୦୨୫ ବର୍ଷ ପାଇଁ ପ୍ରଥମ ର଼୍ୟାଙ୍କିଂ ମଧ୍ୟ ପ୍ରକାଶ କରିଛି। ଏହି ର଼୍ୟାଙ୍କିଂରେ ଜସପ୍ରୀତ ବୁମ୍‌ରା ଇତିହାସ ରଚିଛନ୍ତି। ସେ ଏଭଳି କାରନାମା କରିଛନ୍ତି ଯାହାକି ପୂର୍ବରୁ କୌଣସି ଭାରତୀୟ ବୋଲର୍‌ କରିପାରି ନ ଥିଲେ।

ନିକଟରେ ବୁମ୍‌ରା ମେଲବର୍ନ ଟେଷ୍ଟରେ ୯ ଉଇକେଟ ନେଇଥିଲେ। ଏହି ଜବରଦସ୍ତ ପ୍ରଦର୍ଶନ ତାଙ୍କୁ ର଼୍ୟାଙ୍କିଂ ଅପଡେଟ୍‌ ରେ ୧ ନମ୍ବର ଟେଷ୍ଟ ବୋଲର୍‌ କରିବାରେ ସହାୟକ ହୋଇଛି। ବର୍ତ୍ତମାନ ବୁମ୍‌ରାଙ୍କର ୯୦୭ ରେଟିଂ ପଏଣ୍ଟ ହୋଇଛି। ଏଥିସହ ସେ ଆଇସିସି ର଼୍ୟାଙ୍କିଂ ଇତିହାସରେ ସର୍ବୋଚ୍ଚ ର଼୍ୟାଙ୍କିଂପ୍ରାପ୍ତ ଭାରତୀୟ ଟେଷ୍ଟ ବୋଲର ହୋଇଛନ୍ତି। ଏହାପୂର୍ବରୁ ଭାରତର କୌଣସି ବୋଲର ଟେଷ୍ଟ ମାନ୍ୟତାରେ ଏତେ ରେଟିଂ ପଏଣ୍ଟ ହାସଲ କରିପାରି ନ ଥିଲେ।

କହିରଖୁଛୁ, ବୁମ୍‌ରାଙ୍କ ପୂର୍ବରୁ ଆର୍‌ ଅଶ୍ୱିନ ଆଇସିସି ର଼୍ୟାଙ୍କିଂ ଇତିହାସରେ ସର୍ବାଧିକ ର଼୍ୟାଙ୍କିଂ ପାଇଥିବା ଭାରତୀୟ ଟେଷ୍ଟ ବୋଲର ଥିଲେ। ଶେଷ ର଼୍ୟାଙ୍କିଙ୍ଗରେ ବୁମ୍‌ରା ତାଙ୍କ ସମକକ୍ଷ ହୋଇଥିଲେ। ହେଲେ ଏଥର ସେ ତାଙ୍କୁ ପଛରେ ପକାଇଛନ୍ତି। ଡିସେମ୍ବର ୨୦୧୬ ରେ ଅଶ୍ୱିନ ୯୦୪ ରେଟିଂ ପଏଣ୍ଟ ହାସଲ କରିପାରିଥିଲେ। ଏବେ ସେ ଦୁନିଆର ସମସ୍ତ ବୋଲରଙ୍କ ଶ୍ରେଷ୍ଠ ମୂଲ୍ୟାୟନ ତାଲିକାରେ ଇଂଲଣ୍ଡର ଡେରେକ୍‌ ଅଣ୍ଡରଉଡ୍‌ଙ୍କ ସହ ମିଳିତ ୧୭ ତମ ସ୍ଥାନରେ ଅଛନ୍ତି।

୨୦୨୪ ବର୍ଷ ବୁମ୍‌ରାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା। ସେ ହାରାହାରି ୧୩.୭୬ ରେ ୨୧ଟି ଆନ୍ତର୍ଜାତୀୟ ମ୍ୟାଚରେ ୮୬ ଉଇକେଟ ନେଇଥିଲେ। ଯେଉଁଥିରେ ସେ ପାଞ୍ଚ ଥର ୫ ଉଇକେଟ ନେବାର ସଫଳତା ହାସଲ କରିଛନ୍ତି। ଏଥି ସହିତ ସେ ୧୩ ଟେଷ୍ଟ ମ୍ୟାଚରେ ୭୧ ଉଇକେଟ ନେଇଥିଲେ। ଅନ୍ୟପକ୍ଷରେ, ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ରେ ସେ ଏପର୍ଯ୍ୟନ୍ତ ୪ ଟି ମ୍ୟାଚରେ ୩୦ ଉଇକେଟ ନେଇଛନ୍ତି। ଏହି ତାଲିକାରେ ଅନ୍ୟ କୌଣସି ବୋଲର୍‌ ବୁମ୍‌ରାଙ୍କ ନିକଟତର ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri